fbpx

ୟୁଥ ଫର ଆକ୍ସନ ପକ୍ଷକୁ ୫ ମନ୍ତ୍ରୀଙ୍କ ବାସଭବନ ହେବ ଘେରାଉ; ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦେନ ବେକାରୀ ସମସ୍ୟା ବୃଦ୍ଧି ପାଇବାର ଲାଗିଛି । ଫଳରେ ଅନେକ ଯୁବପିଢି ଏହି କାରଣରୁ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ବେଳେ ଅନେକ ପିଲା ଆତ୍ମହତ୍ୟା ମଧ୍ୟ କରୁଛନ୍ତି । ଏହି ବେକିରୀ ସମସ୍ୟାର ଦୂରୀକରଣ ପାଇଁ ସରକାରଙ୍କୁ ବିଭିନ୍ନ ସମୟରେ ଦାବି ଜଣାଇ ଆସୁଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏହା ବିଫଳ ହେଉଥିବା ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଆଜି ୟୁଥ୍ ଫର୍ ଆକ୍ସନ କର୍ମୀମାନେ ମନ୍ତ୍ରୀ ପ୍ରତାପ ଦେବଙ୍କ ବାସଭବନ ଘେରାଉ କରିଛନ୍ତି । ଏଥିସହିତ ଆଗାମୀ ଦିନରେ ଆଉ ୫ ଜଣ ମନ୍ତ୍ରୀଙ୍କ ବସଭବନ ଘେରାଉ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇବାର ଲାଗିଛି । ଫଳରେ ଏହି ସମସ୍ୟା ପ୍ରତିବାଦରେ ୟୁଥ ଫର ଆକ୍ସନ କର୍ମୀମାନେ ମନ୍ତ୍ରୀ ପ୍ରତାପ ଦେବଙ୍କ ବାସ ଭବନ ଘେରାଉ କରିଛନ୍ତି । ଏଥିସହିତ ଆଉ ୫ ଜଣ ମନ୍ତ୍ରୀଙ୍କ ବାସଭବନ ଘେରାଉର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ନିଯୁକ୍ତି ଦାବିରେ ୟୁଥ ଫର ଆକ୍ସନ କର୍ମୀମାନେ ଏହିି ଆନ୍ଦୋଳନ କରିବା ସହ ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରାଉ କରିବାର ଚେତାବନୀ ମଧ୍ୟ ଦେଇଛନ୍ତି । ତେବେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ ବାସଭବନ ଘେରାଉ ସମୟରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣା ପଡିଛି ।

Get real time updates directly on you device, subscribe now.