fbpx

ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁଙ୍କ ପାଇଁ WHO ଜାରୀ କଲା ନୂଆ ଗାଇଲାଇଡ୍ : ଏହି ଉପାୟ ଉପରେ ଧ୍ୟାନ ଦେବା ଜରୁରୀ

ନୂଆଦିଲ୍ଲୀ:ଆଜିକାଲି ସମୟ ପୂର୍ବରୁ ନବଜାତ ଶିଶୁ ଜନ୍ମ ହେବା ଏକ ବଡ ସମସ୍ୟା ଭାବରେ ଦେଖା ଦେଇଛି । ଏହି କାରଣରୁ କେବଳ ପିଲା ନୁହେଁ ମାଆର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥାଏ । ଫଳରେ କିଛି କ୍ଷେତ୍ରରେ ମା ଓ ପିଲା ମଧ୍ୟରୁ ଜଣଙ୍କ ଜୀବନ ବଞ୍ଚୁଥିବା ବେଳେ ଅନ୍ୟ କିଛି କୋସ୍ ରେ ଉଭୟ ମାଆ-ପିଲା ଦୁହିଁଙ୍କ ମୃତ୍ୟୁ ହୋଇଥାଏ । ଏତତ୍ ବ୍ୟତୀତ ପିଲା ଜନ୍ମ ପରେ ମଧ୍ୟ ଅନେକ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ତେବେ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ନୂଆ ନିୟମ ଜାରୀ କରିଛନ୍ତି ।

କଙ୍ଗାରୁ ମଦର କେୟାର:

WHO କହିଛି ଯେ ଶିଶୁର ଜନ୍ମ ପରେ  ଜଣେ ଯତ୍ନକାରୀ ତୁରନ୍ତ ଶିଶୁକୁ ଚର୍ମସହ ଚର୍ମର ସମ୍ପର୍କ ଦେବା ଆବଶ୍ୟକ । ତେବେ ଏହାକୁ କଙ୍ଗାରୁ ମଦର କେୟାର ବୋଲି କୁହାଯାଏ ।  କୌଣସି ପ୍ରାରମ୍ଭିକ ଇନକ୍ୟୁବେଟର ଅବଧି ବିନା, ଶିଶୁଜନ୍ମ ପରେ ତୁରନ୍ତ ଏହା ଆରମ୍ଭ ହେବା ଉଚିତ । କାରଣ ଏହା ପୂର୍ବ ମାର୍ଗଦର୍ଶନ ଏବଂ ସାଧାରଣ କ୍ଲିନିକାଲ୍ ଅଭ୍ୟାସରୁ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଚିହ୍ନିତ କରେ, ଯାହାକି ଯତ୍ନ ନେଉଥିବା ବ୍ୟକ୍ତିକୁ ସୁନିଶ୍ଚିତ କରିବା ସହ ସ୍ୱାସ୍ଥ୍ୟର ଲାଭକୁ ପ୍ରୋତ୍ସାହିତ କରାଏ ।

ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କ ଯତ୍ନ:

WHO ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଧାନୋମଙ୍କ କହିବା ଅନୁଯାୟୀ, ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନେ ବଞ୍ଚିପାରିବେ ଏବଂ ଦୁନିଆକୁ ପରିବର୍ତ୍ତନ କରିପାରିବେ । କିନ୍ତୁ ସେମାନଙ୍କର ବିଶେଷ ଯତ୍ନ ନେବା ଆବଶ୍ୟକ । ଏପରି କରିବା ଦ୍ୱାରା ପିଲାଟି ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରହିବ । ଏଥିସହିତ ପରିବାର ସଦସ୍ୟଙ୍କ ଭଲପାଇବା , ଶ୍ରଦ୍ଧା ଏବଂ ଯତ୍ନ ମଧ୍ୟ ଶିଶୁ ପାଇଁ ନିତ୍ୟାନ୍ତ ଆବଶ୍ୟକ ।

Get real time updates directly on you device, subscribe now.