fbpx

Facial Reconstruction କ’ଣ: ଏହି ଖାସ୍ ଟେକନିକର ପ୍ରୟୋଗ କରି ଦୋଷୀ ଅଫତାବ ବିରୋଧରେ ସଂଗ୍ରହ ହେବ ପ୍ରମାଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଯାଇଥିବା ବର୍ବରୋଚିତ ଘଟଣା ଆଜି ସାରା ଦେଶର କେନ୍ଦ୍ରବିନ୍ଦୁ ପାଲଟିଛି । ୨୮ ବର୍ଷୀୟ ଯୁବକ ଅଫତାବ ପୁନାୱାଲା ତାଙ୍କର ୨୬ ବର୍ଷୀୟ ପ୍ରେମିକା ଶ୍ରଦ୍ଧା ୱାଲକରଙ୍କୁ ୩୫ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲେ । ତେବେ ଅଫତାବ ମାଂସ ଖଣ୍ଡକୁ ୧୮ ଦିନ ଧରି ଜଙ୍ଗଲରେ ଫିଙ୍ଗି ଚାଲିଥିଲେ ହେଁ ତାହାର ସୁରାକ୍ କେହି ପାଇ ପାରିନଥିଲେ । ଏହି ଘଟଣାରେ ଅଫତାବ ନିଜର ଦୋଷ ସ୍ୱୀକାର କରିସାରିଥିଲେ ହେଁ ପୋଲିସ ପାଖରେ କିନ୍ତୁ କୌଣସି ପ୍ରମାଣ ନାହିଁ ।

ଏଭଳି ସ୍ଥିତିରେ ପୋଲିସ ଏବେ ଶ୍ରଦ୍ଧାଙ୍କର ଖପୁରିକୁ ଖୋଜୁଛି । ଖପୁରି ମିଳିବା ପରେ ଏଭଳି ଅନେକ ଫରେନସିକ ଟେକନିକ ଜରିଆରେ ପୋଲିସ ଅପରାଧୀ ବିରୋଧରେ ପ୍ରମାଣ ଯୋଗାଡ଼ କରିପାରିବ ବୋଲି କୁହାଯାଉଛି । ତେବେ ଏହି ମାଲାରେ ଫରେନସିକ ଫେସିଆଲ ରିକନଷ୍ଟ୍ରକସନ ଟେକନିକକୁ ସବୁଠାରୁ ଅଧିକ ସଠିକ୍ ବୋଲି ଗ୍ରହଣ କରାଯାଉଛି ।

ନିଠାରୀ କାଣ୍ଡଠାରୁ ଆରମ୍ଭ କରି ଶୀନା ବୋହରା ମାମଲାରେ ଏହି ଟେକନିକ ପ୍ରୟୋଗ କରାଯାଇଥିଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫରେନସିକ ବିଭାଗର ଜଣେ ଆସୋସିଏଟ ପ୍ରଫେସର କହିଛନ୍ତି, ଏହି ଟେକନିକ ଏକ ପ୍ରକାରର ସାଇଣ୍ଟିଫିକ୍ ଆର୍ଟ । ଏହା ଜରିଆରେ ଅପରାଧୀ ପର୍ଯ୍ୟନ୍ତ ପହଞ୍ଚିବା ବହୁତ ସହଜ ହୋଇଯାଇଥାଏ । ଡିଏନଏ, ଫିଙ୍ଗର ପ୍ରିଣ୍ଟସ, ଡେଣ୍ଟାଲ ଓ ମେଡିକାଲ ରେଡିଓଗ୍ରାଫିର ଯାଞ୍ଚ ବିଫଳ ହେବା ପରେ ଶ୍ରଦ୍ଧା ମାମଲାରେ ଫରେନସିକ ଫେସିଆଲ ରିକନଷ୍ଟ୍ରକସନ ଟେକନିକ କାମରେ ଆସିପାରେ ।

ଖପୁରି ମିଳିବା ପରେ ଏହି ଟେକନିକ ଜରିଆରେ ଥ୍ରୀ ଡୀ’ରେ ମୁହଁର ପୁନଃନିର୍ମାଣ କରାଯିବ । ଏକ୍ସପର୍ଟମାନେ ଏହି ଟେକନିକରେ ୮୦ ପ୍ରତିଶତ ସଫଳ ହୋଇଥାନ୍ତି । ଏହି ଟେକନିକର ସଫଳ ପ୍ରୟୋଗ ପରେ ଦ୍ୱିତୀୟ ଫରେନସିକ ଯାଞ୍ଚ ଦ୍ୱାରା ଶତ ପ୍ରତିଶତ ରେଜଲ୍ଟ ଆସିଥାଏ । ତା’ପରେ ଅପରାଧୀ ବିରୋଧରେ ପ୍ରମାଣ ହସ୍ତଗତ ହେବା ସମ୍ଭବ ହୋଇଥାଏ । ଖପୁରିର କଙ୍କାଳରୁ ମୁହଁର ଭବିଷ୍ୟବାଣୀ କରାଯିବା ୧୦୦ ବର୍ଷ ତଳୁ ଚଳିଆସୁଛି । ଏହାର ଶୁଭାରମ୍ଭ ଜର୍ମାନୀରେ ପ୍ରଥମେ ହୋଇଥିଲା । ଫିଜିକାଲ ଆନଥ୍ରୋପୋଲୋଜୀଠାରୁ ଆରମ୍ଭ କରି କଳା, ଆର୍କିଟେକ୍ଟ ଓ ଆଇନ ପ୍ରବର୍ତ୍ତନ ପର୍ଯ୍ୟନ୍ତ ସବୁ ଏଥିରେ ସାମିଲ ରହିଥାଏ ।

ଡିଏନଏ, ଫିଙ୍ଗରପ୍ରିଣ୍ଟ ଓ ଡେଣ୍ଟାଲ ବା ମେଡିକାଲ ରେଡିଓଗ୍ରାଫି ପରି ମୁହଁର ଭବିଷ୍ୟବାଣୀ ସର୍ବଦା ଠିକ୍ ହୋଇଥାଏ । କଙ୍କାଳ ଓ ମମି ଉପରେ ମଧ୍ୟ ଏହି ଟେକନିକର ପ୍ରୟୋଗ କରାଯାଇଥାଏ । ଏହା ମଧ୍ୟରେ ଶ୍ରଦ୍ଧା ହତ୍ୟା ମାମଲା ୬ ମାସ ବିତିଯାଇଥିବା ବେଳେ ରକ୍ତ, ହାଡ଼ର ପ୍ରମାଣ ପୋଲିସ କଳେବଳେ କୌଶଳେ ହାସଲ କରିବ । ଯଦି ଦୋଷୀ କୋର୍ଟରୁ ମୁକ୍ତି ପାଇଯାଏ, ତେବେ ତାକୁ ଅପରାଧୀ ଭାବେ ଘୋଷଣା କରିବା କଷ୍ଟକର ହୋଇପଡ଼ିବ ।

Get real time updates directly on you device, subscribe now.