fbpx

ଏଲନ ମସ୍କଙ୍କ ବଡ ଘୋଷଣା: ଟ୍ୱିଟର ପାଇଁ ଲାଗୁ ହେଲା ନୂଆ ନୀତି

ନୂଆଦିଲ୍ଲୀ:ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପାରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ସେ ପୂର୍ବରୁ ଟ୍ୱିଟରରେ ବ୍ଲୁ ଟିକ୍ ପାଇଁ ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରିଥିବା ବେଳେ ବର୍ତ୍ତମାନ ପୁଣି ଏକ ଘୋଷଣା କରିଛନ୍ତି । ତେବେ ସେ ଟ୍ୱିଟରକୁ ନେଇ କଣ ଘୋଷଣା କରିଛନ୍ତି ଆସନ୍ତୁ ଜାଣିବା ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଟ୍ୱିଟରର ମାଲିକ ଏଲନ ମସ୍କ ସୋସିଆଲ ମିଡ଼ିଆ ଟ୍ୱିଟର ପାଇଁ ଏକ ନୂଆ ନୀତି ଘୋଷଣା କରିଛନ୍ତି । ସେ ଟ୍ୱିଟର ମାଲିକାନା ନେବା ପରେ ଟ୍ୱିଟରକୁ ନୂଆ ରୂପ ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ଯାହାଫଳରେ ସେ ଟ୍ୱିଟରରେ ଥିବା ଗୋଟିଏ ପରେ ଗୋଟିଏ ନିୟମ ପରିବର୍ତ୍ତନ କରୁଛନ୍ତି । ତେବେ ଏହା ପୂର୍ବରୁ ଏଲନ ମସ୍କ ବହୁ କର୍ମଚାରୀଙ୍କୁ ତାଙ୍କ କମ୍ପାନୀରୁ ଛଟେଇ କରିଥିବା ବେଳେ ବ୍ଲୁ ଟିକ୍ ପାଇଁ ମଧ୍ୟ ନୂଆ ନିୟମ ଜାରୀ କରିଛନ୍ତି । ଏତତ୍ ବ୍ୟତୀତ ମସ୍କ ଟ୍ୱିଟରକୁ ନେଇ ପୁଣି ଏକ ନୂଆ ନୀତି ଆରମ୍ଭ କରିଛନ୍ତି । ସେ ନକରାତ୍ମକ ଟ୍ୱିଟରଗୁଡିକୁ ବିଲୋପ କରିବା ପାଇଁ ପଦକ୍ଷେପ ନେଇଛନ୍ତି , ଯାହାର ଘୋଷଣା ମଧ୍ୟ କରିଛନ୍ତି ମସ୍କ ।

ଏଲନଙ୍କ କହିବା ଅନୁଯାୟୀ ମିଛ ଖବରକୁ ପ୍ରୋସାହିତ କରୁଥିବା ମନ୍ତବ୍ୟକୁ ଟ୍ୱିଟର ଗ୍ରହଣ କରିବ ନାହିଁ କିମ୍ବା ତାଙ୍କ ବିଜ୍ଞାପନକୁ ନେବ ନାହିଁ । ତେବେ ଏହି ନିୟମ କେବଳ ବ୍ୟକ୍ତିଗତ ଟ୍ୱିଟ୍ ଉପରେ ଲାଗୁ ହେବ, ପୁରା ଆକାଉଣ୍ଡ ଉପରେ ନୁହେଁ । ତେବେ ଏହିପରି ନକରାତ୍ମକ ଖବରକୁ ପ୍ରୋସାହନ ଦେଉଥିବା ୟୁଜର୍ସମାନଙ୍କ ଉପରେ ମଧ୍ୟ ପଦକ୍ଷେପ ନିଆଯାଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.