fbpx

ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ଖୁସିଖବର ,ବିନା ଟିକେଟରେ ବୁଲନ୍ତୁ ଭାରତର ସମସ୍ତ ଐତିହ୍ୟ ସ୍ଥଳ

ଭୁବନେଶ୍ୱର: ଆଜି ହେଉଛି ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ଖୁସିଖବର । ବିନା ଟିକେଟରେ ଭାରତର ସମସ୍ତ ଐତିହ୍ୟ ସ୍ଥଳ ବୁଲିବାର ମିଳିବ ମଉକା । ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। କୁହା ଯାଇଛି ଯେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି। ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ହୋଇଥିବା ସଂରକ୍ଷଣ ଅଧିକାରୀ ନିରଜ ସିଂ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ ଦେଶ ସମେତ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳ ଆଜି ବିନା ଟିକେଟ ରେ ପରିଦର୍ଶନ କରିପାରିବେ । ତାଜମହଲ ସମେତ ଦେଶରେ ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପର୍ଯ୍ୟଟକମାନେ ବିନା ଟିକେଟରେ ଯାଇପାରିବେ।

ଏଏସ୍ଆଇ ଅଧିନରେ ଥିବା ଓଡ଼ିଶାର କୋଣାର୍କ ମନ୍ଦିର ସହ ରାଜାରାଣୀ ପରିଦର୍ଶନ ପାଇଁ ଆଜି ପର୍ଯ୍ୟଟକଙ୍କୁ ଟିକେଟ୍ କରିବାକୁ ପଡ଼ିବନାହିଁ। ଏ ନେଇ ଏଏସ୍ଆଇ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସେହିପରି ତାଜମହଲ ସମେତ ଦେଶରେ ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପର୍ଯ୍ୟଟକମାନେ ବିନା ଟିକେଟରେ ଯାଇପାରିବେ।

Get real time updates directly on you device, subscribe now.