fbpx

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ମିଳିବ ସ୍ଥାୟୀ ସଦସ୍ୟତା! ବ୍ରିଟେନ୍ ପରେ ଫ୍ରାନ୍ସର ମିଳିଲା ସମର୍ଥନ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟକୁ ବ୍ରିଟେନ୍ ଏବଂ ଫ୍ରାନ୍ସ ସମର୍ଥନ କରିଛନ୍ତି। ଭାରତ ସହିତ ଜର୍ମାନୀ, ବ୍ରାଜିଲ ଏବଂ ଜାପାନକୁ ସ୍ଥାୟୀ ସଦସ୍ୟତା ପାଇଁ ସମର୍ଥନ କରିଥିଲେ। ସୁରକ୍ଷା ପରିଷଦର ସୁଧାର ଉପରେ ୟୁଏନଏସଏସିର ବାର୍ଷିକ ବୈଠକରେ ସମ୍ବୋଧିତ କରି ଶୁକ୍ରବାର ଫ୍ରାନ୍ସର ପ୍ରତିନିଧି ନ୍ୟାଥାଲି ବ୍ରଡ୍‌ଥର୍ଷ୍ଟ କହିଥିଲେ ଯେ, ଫ୍ରାନ୍ସ ସ୍ଥାୟୀ ସଦସ୍ୟତା ପାଇଁ ଆଶାୟୀ ଭାରତ, ଜର୍ମାନୀ, ବ୍ରାଜିଲ ଏବଂ ଜାପାନକୁ ସମର୍ଥନ କରୁଛି।

ଜାତିସଂଘରେ ଫ୍ରାନ୍‌ସ୍‌ର ଡେପୁଟି ପର୍‌ମାନେଣ୍ଟ୍‌ ରିପପ୍ରଜେନ୍‌ଟେଟିଭ୍‌ ନ୍ୟାଥାଲି ବ୍ରଡ୍‌ଥର୍ଷ୍ଟ କହିଛନ୍ତି, ଫ୍ରାନ୍‌ସ୍‌ର ସ୍ଥିତି ଅପରିବର୍ତ୍ତିତ ଏବଂ ସୁପରିଚିତ। ଆମେ ଚାହୁଁ ଆଜିର ବିଶ୍ବରୁ ପରିଷଦ୍‌ରେ ଅଧିକ ପ୍ରତିନିଧି ରୁହନ୍ତୁ। ଫଳରେ ଏହାର କର୍ତ୍ତୃତ୍ବ ଏବଂ ଫଳପ୍ରଦତା ଆହୁରି ସୁଦୃଢ଼ ହେବ।

ଏହା ପୁର୍ବରୁ ବ୍ରିଟେନ୍ ମଧ୍ୟ ୟୁଏନଏସସିରେ ଭାରର ସ୍ଥାୟୀ ସଦସ୍ୟତାକୁ ନିଜର ସମର୍ଥନ ଦେଇଥିଲେ। ୟୁଏନଏସସିରେ ବ୍ରିଟେନ୍‌ର ରାଜଦୂତ ବାର୍ବରା ଉଡ୍‌ୱାର୍ଡ କହିଥିଲେ, ଆମେ ମଧ୍ୟ ଭାରତ, ଭାରତ, ଜର୍ମାନୀ ଜାପାନ ଏବଂ ବ୍ରାଜିଲକୁ ନୂଆ ସ୍ଥାୟୀ ରାଷ୍ଟ୍ରପାଇଁ ଆମେ ଏସିଆ ଏସିଆ ସମେତ ଆଫ୍ରିକା ଦେଶ ପାଇଁ ସମର୍ଥନ ଘୋଷଣା କରିଥିଲେ ।

Get real time updates directly on you device, subscribe now.