fbpx

UPI Paymentରେ ଶୀଘ୍ର ହେବ ବଡ଼ ପରିବର୍ତ୍ତନ ! RBI ଜାରି କରିବ ପେମେଣ୍ଟର ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ଯଦି ଆପଣ UPI Payment Appର ବ୍ୟବହାର କରୁଛନ୍ତି ତେବେ ରହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ UPI ଦେୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଚାଲିଛି । ବ୍ୟାଙ୍କ କାରବାର ସହିତ ୟୁପିଆଇ ଦେୟକୁ ସୀମିତ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଆଲୋଚନା ଚାଲିଛି। ଆଜିର ସମୟରେ ସମସ୍ତେ ଅନଲାଇନ୍ ପେମେଣ୍ଟ ବ୍ୟବହାର କରନ୍ତି । ଘରୋଇ ଜିନିଷ କିଣିବା ଠାରୁ ଆରମ୍ଭ କରି ବ୍ୟାଙ୍କ କାରବାର ପର୍ଯ୍ୟନ୍ତ ସବୁକିଛି ଅନଲାଇନରେ ହୋଇଥାଏ । ଅଧିକାଂଶ ନାଗରିକ UPI ଦେୟ ଉପରେ ନିର୍ଭରଶୀଳ । ଦୈନନ୍ଦିନ ଜୀବନରେ ବଡ ଏବଂ ଛୋଟ ଅନେକ କାରବାର ପାଇଁ UPI ଦେୟ ବ୍ୟବହୃତ ହୁଏ । ଏହା କାରବାରକୁ ସୁଗମ କରିଛି । କିନ୍ତୁ UPI ଦେୟ ଶୀଘ୍ର ବନ୍ଦ ହେବାର ସମ୍ଭାବନା ଅଛି ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ଦେଶର ଥାର୍ଡ ପାର୍ଟି ଆପ୍‌ ପ୍ରୋଭାଇଡର୍ସ ଏହାକୁ ୩୦% ପର୍ଯ୍ୟନ୍ତ ସୀମିତ କରିଦେଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହ କଥା ଚାଲିଛି। ଆରବିଆଇର ମଞ୍ଜୁରି ପରେ ଫୋନ ପେ, ଗୁଗୁଲ ପେ ଓ ପେଟିଏମ ଭଳି କମ୍ପାନି ଏହାର ଲିିମିଟକୁ ଧାର୍ଯ୍ୟ କରିପାରିବେ। ଯାହା ର ଆରମ୍ଭରେ ଅନେକ ଗ୍ରାହକଙ୍କୁ ଏହା ସମ୍ପର୍କରେ ସମସ୍ୟା ହୋଇପାରେ। ଏବେ ପର୍ଯ୍ୟନ୍ତ ଏହାକୁ ନେଇ କେତେ ଲିମିଟ ଧାର୍ଯ୍ୟ କରାଯିବ ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଏବେ ଏନପିସିଆଇ ସମସ୍ତ ପ୍ରକାର ମୂଲ୍ୟାଙ୍କନ କରୁଛି। ଯାହାପରେ ଏହାର ଲିମିଟ କୁ ଧାର୍ଯ୍ୟ କରାଯିବ। ରିପୋର୍ଟ ଅନୁସାରେ ଏହା ଆସନ୍ତା ୩୧ ଡିସେମ୍ବର ମଧ୍ୟରେ ଲାଗୁ କରାଯିବ।

ବ୍ୟାଙ୍କ ତରଫରୁ ପ୍ରତ୍ୟେକ ଦିନ ୟୁପିଆଇ ଲେଣଦେଣକୁ ନେଇ ଲିମିଟ ସେଟ କରାଯାଇଛି। ଏବେ ଏସବିଆଇ ୟୁପିଆଇ ଟ୍ରାଞ୍ଜାକସନ ର ଗୋଟିଏ ଦିନର ଲିମିଟକୁ ୧ ଲକ୍ଷ କରିଦେଇଛନ୍ତି। ସେହିପରି ପ୍ରାଇଭେଟ ସେକ୍ଟର ଆଇସିଆଇସିଆଇ ବ୍ୟାଙ୍କ ର କଥା କହିଲେ ତାର ଲିମିଟ ୧୦ ହଜାର ଟଙ୍କା ରଖାଯାଇଛି। ବର୍ଷ ୨୦୨୦ରେ ଏନପିସିଆଇ ଲେଣ ଦେଣରେ ଏକ ଥାର୍ଡ ପାର୍ଟି ଆପ୍ଳିକେସନ ପ୍ରୋଭାଇଡର ୟୁପିଆଇ ଲେଣ ଦେଣ ର ସୀମାକୁ ୩୦% ପର୍ଯ୍ୟନ୍ତ ସେଟ୍‌ କରିଛନ୍ତି।

Get real time updates directly on you device, subscribe now.