fbpx

ଲଢ଼ିଲେ ଶ୍ରେୟସ-ଶିଖର: ନ୍ୟୁଜିଲାଣ୍ଡ ଆଗରେ ୩୦୭ ରନର ଟାର୍ଗେଟ୍

ନୂଆଦିଲ୍ଲୀ: ଆଜି ଅକଲାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଛି । ଆଜିର ମୁକାବିଲାରେ ଅଧିନାୟକ ଶିଖର ଧାବନ, ଶ୍ରେୟସ ଆୟର ଓ ଶୁବମନ ଗିଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଫଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୦୬ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ନ୍ୟୁଜିଲାଣ୍ଡ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ।

ଶିଖର ୭୭ଟି ବଲରୁ ୭୨ ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୧୩ଟି ଚୌକା ସାମିଲ ଥିଲା । ଶ୍ରେୟସ ୭୬ଟି ବଲରୁ ୮୦ ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୪ଟି ଛକା ଓ ୪ଟି ଚୌକା ସାମିଲ ଥିଲା । ସେହିପରି ଶୁବମନ ୬୫ଟି ବଲରୁ ୫୦ ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଋଷଭ ପନ୍ତ ୧୫, ସୂର୍ଯ୍ୟକୁମାର ଯାଦବ ୪, ସଞ୍ଜୁ ସାମସନ ୩୬, ୱାଶିଂଟନ ସୁନ୍ଦର ୩୭ ରନ୍ ସଂଗ୍ରହ କରିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ୩ଟି, ଲକି ଫର୍ଗୁସନ ୩ଟି ଓ ଆଦାମ ମିଲନେ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ୧୨୪ ରନରେ ଦଳର ପ୍ରଥମ ଓ ଦ୍ୱିତୀୟ ୱିକେଟର ପତନ ଘଟିଥିଲା । ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନମାନେ ଶାନଦାର ପ୍ରଦର୍ଶନ କରିବା ସହ ସ୍ଲାଗ ଓଭରରେ ବ୍ୟାଟ୍ସମ୍ୟାନମାନେ ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ଫଳରେ ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ସମ୍ମୁଖରେ ରନର ପାହାଡ଼ ଛିଡ଼ା କରାଇବାରେ ସକ୍ଷମ ହୋଇଥିଲା ।

Get real time updates directly on you device, subscribe now.