fbpx

ଶ୍ରୀ ମନ୍ଦିରରେ ମୁତୟନ ପୋଲିସଙ୍କୁ ମୋବାଇଲ ମନା

ପୁରୀ: ପ୍ରଯୁକ୍ତିବିଦ୍ୟା ଯୁଗରେ ମୋବାଇଲର ଭୁମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ମୋବାଇଲରେ ଅନେକ ଜରୁରୀ ତଥ୍ୟ ଅନ୍ତର୍ଭୁକ୍ତ ରହୁଛି । ନିଜର ପାରିବାରିକ ଜୀବନ ବା ଜରୁରୀକାଳିନ ପରିସ୍ଥିତି ପାଇଁ ଫୋନ ନିହାତି ଆବଶ୍ୟକ । ଏଭଳି ପରିସ୍ଥିତି ଶ୍ରୀ ମନ୍ଦିରରେ ଦେଖାଦେଇଛି ପୋଲିସ ମାନଙ୍କୁ ନେଇ । ଶ୍ରୀ ମନ୍ଦିର ଡ୍ୟୁଟି ସମୟରେ ମୁତୟନ ପୋଲିସଙ୍କୁ ମୋବାଇଲ ବାରଣ କରାଯାଇଛି ।

ସୂଚନା ଅନୁଯାୟୀ, ଆଜିଠାରୁ ଶ୍ରୀମନ୍ଦିରରେ ମୁତୟନ ଥିବା ପୋଲିସଙ୍କୁ ମୋବାଇଲ ଫୋନ ମନ୍ଦିର ଭିତରକୁ ନେବା ବନ୍ଦ କରାଯାଇଛି । ଏହି କଟକଣାକୁ ନେଇ ପୁରୀ ଏସପି କନୱର ବିସାଲ ସିଂ ସୂଚନା ଜାରି କରିଛନ୍ତି । ଏଥିରେ ହୋମଗାର୍ଡ, ଓଏସଏପି ଯବାନ ସମେତ ସବୁ ପୋଲିସ କର୍ମଚାରୀଙ୍କୁ ବାରଣ କରାଯାଇଛି । ଏତତ୍ ବ୍ୟତିତ କେବଳ ସିନିଅର ଅଫିସରଙ୍କୁ ମୋବାଇଲ ନେବାକୁ ଅନୁମତି ଦିଆଯାଇଛି ।

ନିୟମ ରହିଛି ଯେ, ମହାପ୍ରଭୁଙ୍କ ମନ୍ଦିରରେ କୌଣସି ଫଟୋ ଉଠାଇବା ମନା । ଏନେଇ କଡା କଟକଣା ରହିଥିଲେ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ବାହାରକୁ ଆସୁଛି । ମହାପ୍ରଭୁଙ୍କ ଫଟୋ ସୋସିଆଲ ମିଡିଆରେ ବାରମ୍ବାର ଭାଇରାଲ ହେଉଛି । ଏନେଇ ଆହୁରୀ କଡାକଡି ନିୟମ ପାଇଁ ପୁରୀ ଏସପି କନୱର ବିସାଲ ସିଂ ମୋବାଇଲ ନ ନେବା ପାଇଁ ସୂଚନା ଦେଇଛନ୍ତି ପୋଲିସ କର୍ମଚାରୀଙ୍କୁ ।

Get real time updates directly on you device, subscribe now.