fbpx

୧୦ଲକ୍ଷ ଟଙ୍କା ଲୋନ ଦେବା ପାଇଁ କ’ଣ ୪୫୦୦ଟଙ୍କା ନେବେ କେନ୍ଦ୍ରମନ୍ତ୍ରୀ? ଜାଣନ୍ତୁ ଏହାର ସ୍କିମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ୨୦୧୫ ମସିହାରୁ ଆରମ୍ଭ ହୋଇସାରିଛି । ଏହି ଯୋଜନାରେ ଅଣ-କୃଷି, ଅଣ-କର୍ପୋରେଟ, ଏବଂ ବଡ ବା ଛୋଟ ଉଦ୍ୟେଗ ଗୁଡ଼ିକୁ ସରକାର ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ପ୍ରଦାନ କରୁଛନ୍ତି । ଏହାକୁ ପିଏମଏମୱାଇର ମୁଦ୍ରା ଋଣରେ ବର୍ଗୀକୃତ କରାଯାଇଛି । ଏହି ଲୋନ ବାଣିଜ୍ୟିକ ବ୍ୟାଙ୍କ, ଆରଆରବି, ଲଘୁବିତ ବ୍ୟାଙ୍କ, ସରକାରୀ ବ୍ୟାଙ୍କ, ଏମଏଫଆଇ ଏବଂ ଏନବିଏଫସି ଦ୍ୱାରା ଦିଆଯାଉଛି । ଏହିସବୁ ବ୍ୟାଙ୍କରେ ଆପଣ ଯେକୌଣସି ଦିନ ଲୋନ ପାଇଁ ସମ୍ପର୍କ କରିପାରିବେ । କିମ୍ବା ଅନଲାଇନରେ ସେମାନଙ୍କ ପୋର୍ଟାଲକୁ ଯାଇ ଆବେଦନ କରିପାରିବେ ।

ସୋସିଆଲ ମିଡ଼ିଆରେ ଏହି ଲୋନକୁ ନେଇ ଲୋକମାନଙ୍କ ଅନେକ ଦାବି ରହିଛି । ତେବେ ଏକ ଲେଟରଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହି ଲେଟରରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ନାମ ଲେଖାଯାଇଛି ଏବଂ ନରେନ୍ଦ୍ର ମୋଦୀଙ୍କ ଏକ ଫଟୋ ଲାଗିଛି । ଏଥିରେ ୧୦ଲକ୍ଷ ଟଙ୍କା ଲୋନ ଦିଆଯିବା କଥା କୁହା ଯାଉଛି, ତା ବଦଳରେ ୪୫୦୦ ଟଙ୍କା ଦାବି କରାଯାଉଛି ।

ତେବେ ଏହି ପତ୍ରକୁ ନେଇ ପିଆଇବି ଫ୍ୟକ୍ଟ ଚେକ କରିଥିଲା । ତେଣୁ ପଆଇବି ଫ୍ୟାକ୍ଟ , ଟ୍ୱିଟ କରି କହିଛନ୍ତି ଯେ, ‘ ଗୋଟେ ଆପ୍ରୁଭାଲ ଲେଟର ଭାରିଫିକେସନ ଏବଂ ପ୍ରୋସେସିଙ୍ଗ ଫିସ ପାଇଁ ୪ହଜାର ୫୦୦ ଟଙ୍କା ଦେୟ କରିବାକୁ ପଡ଼ିବ । ଏହାପରେ, ପିଏମ ମୁଦ୍ରା ଯୋଜନା ୧୦,୦୦,୦୦୦ ଟଙ୍କା ଲୋନ ପ୍ରଦାନ କରିବ ।

Get real time updates directly on you device, subscribe now.