fbpx

Brain Eating Amoeba ପାଇଁ ବଢ଼ୁଛି ଚିନ୍ତା: ନଦୀ, ପୋଖରୀରେ ଗାଧୋଇବା ବେଳେ ନାକବାଟେ ପଶିଯାଉଛି, ବ୍ରେନକୁ ଖାଇ ନଷ୍ଟ କରିଦେଉଛି

ନୂଆଦିଲ୍ଲୀ: ଆଜିର ସମୟରେ ଦିନକୁ ଦିନ ନୂଆ ନୂଆ ରୋଗ ଓ ଏହି ରୋଗ ପଛରେ ରହିଥିବା ଭୟଙ୍କର ଜୀବଜନ୍ତୁ, ଭାଇରସଙ୍କ ତଥ୍ୟ ସାମ୍ନାକୁ ଆସୁଛି । ତେବେ ସେହିଭଳି ଏକ ଭୟଙ୍କର ଜୀବ ହେଉଛି ‘ବ୍ରେନ ଇଟିଂ ଅମିବା’ । ଏହି ମାରାତ୍ମକ ଅମିବା ମଣିଷର ନାକ ବାଟେ ପଶି ବ୍ରେନକୁ ଖାଇ ନଷ୍ଟ କରିଦେଉଛି । ଏହି ଅମିବାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି ।

ଗତ ଅକ୍ଟୋବର ମାସରେ ଏନେଇ ଏକ ମାମଲା ସାମ୍ନାକୁ ଆସିଥିଲା । ଆମେରିକାର ନେବ୍ରାସ୍କାର ଏକ ନଦୀରେ ଗୋଟିଏ ବାଳକ ଗାଧୋଇ ଘରକୁ ଫେରିଥିଲା । ଏହାର ୧୦ ଦିନ ପରେ ତା’ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଗାଧୋଇବା ସମୟରେ ଉକ୍ତ ପିଲାଟି ବ୍ରେନ ଇଟିଂ ଅମୀବା ଦ୍ୱାରା ସଂକ୍ରମିତ ହୋଇଥିବା ଡାକ୍ତର ମତ ଦେଇଥିଲେ । ଉକ୍ତ ୧୮ ବର୍ଷୀୟ ବାଳକଟିର ବ୍ରେନରେ ପ୍ରାଇମେରୀ ଅମୀବିକ ମେନିଙ୍ଗୋଏନ୍ସେଫଲାଇଟିସ (ପାମ) ପଶିଯାଇ ସଂକ୍ରମିତ କରିଥିବା ଜଣାପଡ଼ିଥିଲା ।

ତେବେ ଆମେରିକାରେ ବର୍ତ୍ତମାନ ସୁଦ୍ଧା ଏହି ଅମୀବା ୧୫୪ ଜଣଙ୍କୁ ସଂକ୍ରମିତ କରିସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ସୁସ୍ଥ ହୋଇଛନ୍ତି । ଏହି ଅମୀବା ୯୭ ପ୍ରତିଶତ ସାଂଘାତିକ ହୋଇଥିବା ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ (ସିଡିସି) ପକ୍ଷରୁ କୁହାଯାଇଛି । ଥରେ ଏହି ଅମୀବା ବ୍ରେନରେ ପଶିଗଲା ପରେ ତାହା ବ୍ରେନର ଟିସୁକୁ ନଷ୍ଟ କରିଦିଏ । ଏଥିସହିତ ମୁଣ୍ଡବ୍ୟଥା, ଜ୍ୱର, କନଫ୍ୟୁଜନ ଆଦି ଲକ୍ଷଣ ଦେଖାଦେଇଥାଏ ।

ଗତ ୧୯୬୨ ମସିହାରୁ ଏହି ଅମୀବା ୧୫୪ ଜଣଙ୍କୁ ସଂକ୍ରମିତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତ ହେବାର ୫-୧୦ ଦିନ ମଧ୍ୟର ରୋଗୀର ମୃତ୍ୟୁ ଘଟିଥାଏ । ତେବେ ଗତ ଦଶନ୍ଧିରେ ମଧ୍ୟରେ ମାତ୍ର ୩୧ଟି ଅମୀବା ସଂକ୍ରମିତ ମାମଲା ହସ୍ତଗତ ହୋଇଥିଲା । ଏହି ଅମୀବା ମୁଖ୍ୟତଃ ନଦୀ, ନାଳ, ଓଦାମାଟି ଆଦିରେ ରହିଥାନ୍ତି । ଏହା ବହୁତ ଛୋଟ ହୋଇଥିବାରୁ ଏହାକୁ ବିନା ମାଇକ୍ରୋସ୍କୋପରେ ଦେଖିବା ସମ୍ଭବପର ହୁଏ ନାହିଁ ।

ଏହାର ବ୍ୟାସ ୦.୨-୦.୫ ମିମି ମଧ୍ୟରେ ହୋଇଥିବା ବେଳେ ଥରେ ଏହା ବ୍ରେନରେ ପଶିବା ପରେ ଧୀରେଧୀରେ ତାହାକୁ ନଷ୍ଟ କରିଦେଇଥାଏ । ଏହି ସଂକ୍ରମଣର କୌଣସି ସଠିକ୍ ଚିକିତ୍ସା ବର୍ତ୍ତମାନ ସୁଦ୍ଧା ବାହାରି ନାହିଁ । ନାକରେ ଯେପରି ପାଣି ନ ପଶିବ ସେଥିପାଇଁ ଜଗିରଖି ଗାଧୋଇବା, ଥଣ୍ଡା ପାଣି ବ୍ୟବହାର ନକରିବା, ପୋଖରୀ ପାଣିରେ କୀଟନାଶକ ପଡ଼ିଛି କି ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.