fbpx

ଶତ୍ରୁଙ୍କ ଡ୍ରୋନ ରୋକିବ ଚିଲ; ଉତ୍ତରାଖଣ୍ଡ ଔଲିରେ ଯୁଦ୍ଧ ଅଭ୍ୟାସ

ନୂଆଦିଲ୍ଲୀ: ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ଏବଂ ଶତ୍ରୁମାନଙ୍କ ଆକ୍ରମଣକୁ ରୋକିବା ପାଇଁ ଭାରତୀୟ ସେନାମାନେ ସର୍ବଦା ସଜାଗ ରହିଥାନ୍ତି । ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ନୂତନ ପଦ୍ଧତି ମଧ୍ୟ ଅବଲମ୍ବନ କରିଥାନ୍ତି । ତେବେ ପୂର୍ବରୁ ଏହି ପରି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଶତ୍ରୁଙ୍କୁ ରୋକିବା ପାଇଁ ଭାରତୀୟ ସେନା ପୁଣି ଏକ ନୂତନ ଉପାୟ ଆପଣାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଶତ୍ରୁର ସମସ୍ତ ଯୋଜନାକୁ ବିଫଳ କରିବା ପାଇଁ ଭାରତୀୟ ସେନା ନୂଆ ଯୋଜନା କରିଛି । ଏହି ଯୋଜନା ଅନୁସାରେ ଶତ୍ରୁ ପକ୍ଷର କୌଣସି ଗୁଇନ୍ଦା ଡ୍ରୋନ୍ କୁ ରୋକିବା ପାଇଁ ବର୍ତ୍ତମାନ ସେନା ନୁହେଁ ବରଂ ଚିଲ ମାଡି ବସିବ । ଏନେଇ ଚିଲକୁ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ମିଳିଛି । ତେବେ ଭାରତୀୟ ସୀମାକୁ କୌଣସି ଡ୍ରୋନ ପଶିଲେ ଏହି ଚିଲ ତାକୁ ଆକ୍ରମଣ କରିବ । ଏଥିସହିତ ଶତ୍ରୁ ଡ୍ରୋନକୁ ସୀମା ପୂର୍ବରୁ ହିଁ ତଳକୁ ଖସାଇଦେବ । ତେବେ ପ୍ରଥମ ଥର ପାଇଁ ଭାରତୀୟ ସେନା ଏହିଭଳି ଉପାୟ ଆପଣାଇବାକୁ ଯାଉଛି । ଯାହାକୁ ନେଇ ଆଜି ଉତ୍ତରାଖଣ୍ଡ ଔଲିରେ ଚାଲିଥିବା ଯୁଦ୍ଧ ଅଭ୍ୟାସରେ ପ୍ରଦର୍ଶନ କରାଯାଇଛି ।

Get real time updates directly on you device, subscribe now.