fbpx

ଦୁର୍ଘଟଣା ନା ଦାୟିତ୍ବହୀନତା : ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ବେକରେ ଗଳିଗଲା ଲୁହା ଛଡ଼

ପ୍ରୟାଗରାଜ: ଦିଲ୍ଲୀରୁ କାନପୁର ଯାଉଥିବା ନିଳାଚଳ ଏକ୍ସପ୍ରେସ୍ ଟ୍ରେନ୍‌ରେ ହୃଦୟ ଦୋହଲଗଲା ଭଳି ଘଟଣା ଘଟିଛି । ପ୍ରୟାଗରାଜ ନିକଟରେ ଦାନୱାର-ସୋମନା ପାଖରେ ନିଳାଚଳ ଏକ୍ସପ୍ରେସ୍ ଟ୍ରେନ୍‌ର ଜେନେରାଲ ବଗିର ବସିଥିବା ଜଣେ ଯାତ୍ରୀଙ୍କର ବେକରେ ଏକ ଲୁହା ଛଡ଼ ଗଳିଯାଇଛି । ଏଥିରେ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଏହି ହୃଦୟ ବିଦାରକ ଦୁର୍ଘଟଣା ପରେ ରେଲୱେ ତଦନ୍ତ ନିର୍ଦେଶ ଦେଇଛି ।

ଉତ୍ତରପ୍ରଦେଶ ସୁଲତାନପୁରର ବାସିନ୍ଦା ହରିକେଶ ଦୁବେ ନିଳାଚଳ ଏକ୍ସପ୍ରେସ୍‌ର ସାଧାରଣ ବଗୀରେ ଯାତ୍ରା କରୁଥିଲେ । ଯାତ୍ର ସମୟରେ ସବୁକିଛି ଠିକ୍ ରହିଥିଲା । ତେବେ ହଠାତ୍ ଆଜି ସକାଳ ୮ ଟା ୪୫ ନିନିଟ୍‌ରେ ପ୍ରୟାଗରାଜ ନିକଟରେ ଗୋଟିଏ ଲୁହାଛଡ଼ ବଗିର କାଚକୁ ଭାଙ୍ଗି ବସିଥିବା ହରିକେଶଙ୍କ ବେକରେ ଗଳିଯାଇଥିଲା । ଅଚାନକ ଘଟିଥିବା ଏହି ଗଟଣାକୁ ଦେଖି ଟ୍ରେନ୍‌ରେ ଥିବା ଅନ୍ୟଯାତ୍ରୀମାନେ ସ୍ତବ୍ଧ ହୋଇଯାଇଥିଲେ ।

ରେଲେୱେ ଅନୁସାରେ ଘଟଣାସ୍ଥଳରେ ନିର୍ମାଣ କାର୍ଯ୍ୟ ଚାଲିଥିଲା, ସେଠାରୁ ହିଁ ଏକ ଲୁହାଛଡ଼ ଆସି ବଗି ଭିତରେ ପଶି ଯାଇଥିଲା । ଏହାପରେ ଟ୍ରେନ୍ ଯାଇ ଅଲିଗଡ଼ ଷେ୍‌ସନ୍‌ରେ ୯ଟା ୨୩ ମିନିଟ୍‌ରେ ଅଟକିଥିଲା । ଏହି ମାମଲାରେ ଆରପିଏଫ୍ ଏବଂ ଜିଆରପି ଦ୍ୱାରା ମିଳିତ ଭାବେ ତଦନ୍ତ କରାଯିବ ।

Get real time updates directly on you device, subscribe now.