fbpx

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଓ ଚମ୍ପୁଆ ବିଧାୟକ ସହରାଇ ଓରାମଙ୍କ ପରଲୋକ ଘଟିଛି । ତାଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।  ସେ ବିଜୁ ବାବୁଙ୍କର ଜଣେ ଦୀର୍ଘ ସହଯୋଗୀ ଏବଂ  ଲୋକଙ୍କ ବିକାଶ ତଥା କଲ୍ୟାଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ତାଙ୍କର ମୃତ୍ୟୁରେ ଶୋକସନ୍ତପ ପରିବାର ପ୍ରତି ଗଭୀର ସମାବେଦନା ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କେନ୍ଦୁଝରର ଭଦ୍ରାସାହି ବାସଭବନରେ ସହରାଇ ଓରାମଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ବହୁ ଦିନ ଧରି ପକ୍ଷାଘାତ ରୋଗରେ ସେ ପୀଡ଼ିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ସହରାଇ । ଚମ୍ପୁଆ ଆସନରୁ ୫ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ । ଉକ୍ରଳ କଂଗ୍ରେସ, ଜନତା ଦଳରୁ ଓ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ଖଣି, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ଓ ଜଙ୍ଗଲ ବିଭାଗର ସେ ମନ୍ତ୍ରୀ ଥିଲେ ।

Get real time updates directly on you device, subscribe now.