fbpx

THDC ପକ୍ଷରୁ ବାହାରିଲା ୧୩୫ଟି ପଦବୀ, ଡିସେମ୍ବର ୩୦ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଟେହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ ଇଣ୍ଡିଆ ଲିମିଟେଡ (ଟିଏଚଡିସି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଷ୍ଟେନୋଗ୍ରାଫର, ଫିଟର, ଇଲେକ୍ଟ୍ରିସିଆନ, ଇଲେକ୍ଟ୍ରୋନିକ୍ସ ମେକାନିକ, ୱେଲଡର ଓ ଅନ୍ୟ ପଦବୀଗୁଡ଼ିକରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମୋଟ ୧୩୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଆବେଦନର ଅନ୍ତିମ ତାରିଖ ଡିସେମ୍ବର ମାସ ୩୦ ତାରିଖ ରହିଛି । ଡିସେମ୍ବର ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ, ଆଇଟିଆଇ (ପ୍ରାସଙ୍ଗିକ ଟ୍ରେଡ) ରହିଥିବା ଆବଶ୍ୟକ ।

ଅଫଲାଇନ ମୋଡ଼ରେ ପ୍ରାର୍ଥୀମାନେ ଆବେଦନ କରିବେ । ଏନଭଲପର ଉପର ଭାଗରେ ‘ଆପିଲିକେସନ ଫର୍ ଟ୍ରେଡ ଆପ୍ରେଣ୍ଟାଇସେସ-୨୦୨୨’ ଲେଖିବାକୁ ପଡ଼ିବ । ଏହା ପରେ ଏଜିଏମ (ଏଚଆରଆଣ୍ଡଏ), ଟିଏଚଡିସି ଇଣ୍ଡିଆ ଲିମିଟେଡ, ଆଡମିନିଷ୍ଟ୍ରେଟିଭ ବିଲ୍ଡିଂ, ଭାଗିରଥିପୁରମ, ଟେହରି ଗରହୱାଲ- ୨୪୯୧୨୪ ଠିକଣାରେ ପୋଷ୍ଟାଲ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ଆବେଦନ ପତ୍ର ଅନ୍ତିମ ତାରିଖ ପରେ ପହଞ୍ଚିଲେ କିମ୍ବା ଅସମ୍ପୂର୍ଣ୍ଣ ଥିଲେ ତାହାକୁ ରିଜେକ୍ଟ କରି ଦିଆଯିବ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-THDC-ITI-Trade-Apprentice-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.thdc.co.in/

Get real time updates directly on you device, subscribe now.