fbpx

ଜିମରେ ଏହି ସବୁ ସମସ୍ୟା ହାର୍ଟଆଟକର ମୂଳ କାରଣ,ସଚେତନ ହୁଅନ୍ତୁ ଅଥବା …

ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ହାର୍ଟଆଟକ ଏକ ସାଧାରଣ ରୋଗ ହୋଇଯାଇଛି । ଆଗରୁ ଏହି ରୋଗକୁ ବୃଦ୍ଧ ବୃଦ୍ଧା ମାନଙ୍କର ରୋଗ ବୋଲି ବିବେଚନା କରାଯାଉଥିବା ବେଳେ ଏବେ ଏହା ଯୁବା ମାନଙ୍କୁ ଅଧିକ ଆକ୍ରାନ୍ତ କରୁଛି । ମୁଖ୍ୟତଃ ଏହା ଜିମରେ ବିତାଉଥିବା ଯୁବା ମାନଙ୍କୁ ଅଧିକ ଆକ୍ରାନ୍ତ କରୁଛି । ତେବେ ଜିମରେ ଏଳ୍ସରସାଇଜ କରୁଥିବା ଲୋକଙ୍କୁ ଅଧିକ ହାର୍ଟଆଟାକ ହେଉଛି ଆଉ କିଛି ସମୟରେ ତାଙ୍କର ମୃତ୍ୟୁ ହେଉଥିବା ମଧ୍ୟ ସୂଚନା ମିଳୁଛି । ତେବେ ଏହାର ଭିତରେ ରାଜୁ ଶ୍ରୀବାସ୍ତବଙ୍କୁ ଜିମରେ ଏଳ୍ସରସାଇଜ କରୁଥିବା ବେଳେ ହାର୍ଟଆଟାକ ଆସିଥିଲା ଆଉ ୩୫ ବର୍ଷୀୟ ଜିମ ଟ୍ରେନରଙ୍କ ମଧ୍ୟ ଏଥି ପାଇଁ ଜୀବନ ଯାଇଥିଲା । ଟିଭି କଳାକାର ମାନଙ୍କୁ ମଧ୍ୟ ଏହି ରୋଗରେ ଜୀବନ ଯାଉଥିବା ଆମେ ଶୁଣିବାକୁ ପାଇଛୁ । ତେବେ ମୂଳ କଥା ହେଉଛି ଯେଉଁମାନଙ୍କର ଜୀବନ ଯାଉଛି ସେମାନେ ମୁଖ୍ୟତଃ କମ ବୟସର । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଲୋକ ଜିମ ଠାରୁ ଦୂରତା ଅବଲମ୍ବନ କରିଲେ । ମୁଖ୍ୟତ ଲୋକେ ଏଥିପାଇଁ ଜିମ ଯିବାକୁ ଦୋଷ ଦେଉଛନ୍ତି । କିନ୍ତୁ ଏହା କଣ ପାଇଁ ହେଉଛି ତାହା ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଏହା ପଛରେ କଣ ରହିଛି କାରଣ ।

 ବିଶେଷଜ୍ଞ ସୂଚନାଅନୁସାରେ ଭାରତରେ ବୃଦ୍ଧି ପାଉଥିବା ହାର୍ଟଆଟାକ ସଂଖ୍ୟା ମୁଖ୍ୟତଃ ୩୦-୪୦ ବର୍ଷ ଅନ୍ତର୍ଗତ ଲୋକମାନଙ୍କୁ ହେଉଛି । କରୋନ ମହାମାରୀ ପରେ ଏହା ଅଧିକ ମାତ୍ରାରେ ବୃଦ୍ଧି ପାଉଛି । ତେବେ ଏହା ପଛରେ ଖାଦ୍ୟ,ବିସାଦ, ଚିନ୍ତା ଆଦି ବହୁ କାରଣ ରହିଛି । କହିବା ଅନୁସାରେ ଲୋକଙ୍କୁ ଚିନ୍ତା ଆଉ ବିସାଦ ଘେରିଲେ ସେମାନେ ମୁଖ୍ୟତଃ ଧୂମ୍ରପାନ ଆଉ ମଦ୍ୟପାନ କରିବା ଆରମ୍ଭ କରି ଦିଅନ୍ତି ।

ସୂଚନା ମୁତାବକ ଯେତେ ବେଳେ କେହି ପ୍ରଥମ କରି ଜିମରେ ନାମ ପଞ୍ଜୀକରଣ କରନ୍ତି ସେମାନେ ଅଧିକ କାମ କରିବା ପାଇଁ ଚାହାନ୍ତି । କିଛି ଦିନ ମଧ୍ୟରେ ଆସି ସେମାନେ ଆସି ସେ ସବୁ କରିବାକୁ ଚାହାନ୍ତି ଯାହାକୁ ଲୋକ ପ୍ରାୟ ୨-୩ ବର୍ଷ ହେବ ପ୍ରାକ୍ଟିସ କରୁଛନ୍ତି । ସୂଚନାମୁତାବକ କେହି ୨-୩ ବର୍ଷ ହେଲା ଦୌଡୁଛି ସେ ୫କିମି ଦୌଡିବା ସହଜ କଥା କିନ୍ତୁ ଆପଣ ଯଦି ସେହି ଅଭ୍ୟାସ ନ କରି ୫କିମି ଦୌଡିବାକୁ ଚାହିଁବେ ତେବେ ଏହା ଆପଣଙ୍କ ହାର୍ଟଉପରେ ପ୍ରଭାବ ପକାଇବା ସହିତ ନିଶ୍ୱାସ ପ୍ରଶ୍ୱାସ ସମୟରେ ଆପଣ ବହୁ ଅସୁବିଧା ଭୋଗିବେ ।

ଏହା ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଆପଣ ଜିମ ଯାଆନ୍ତି ମୁଖ୍ୟତଃ ଲୋକ ସପ୍ଲିମେଣ୍ଟ ନେବା ଆରମ୍ଭ କରି ଦିଅନ୍ତି । ଏହା ବିନା ବୁଝି ଯେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କେଉଁ ପ୍ରଭାବ ପକାଉଛି । ତେଣୁ ଏହି ଭଳି ଅନେକ କାରଣ ରହିଛି ଯାହା ଜିମରେ ହାର୍ଟଆଟକ ଭଳି ସମସ୍ୟା ବୃଦ୍ଧି କରିବାରେ ସହାୟକ ହେଉଛି । ତେଣୁ ଏହି ସବୁ ଦିଗ ପ୍ରତି ସଜାଗ ରହିଲେ ଆପଣଙ୍କୁ ହୃଦଘାତ ଆସିବାର ଭୟ ହ୍ରାସ ହୋଇ ପାରିବ ।

Get real time updates directly on you device, subscribe now.