ସ୍ୱାଧିନତାରେ ନେହେରୁ ପରିବାର: ଏକା ସହ କାରାଗାର ରେ ଜୀବନ ବିତାଇ ଥିଲେ ମୋତିଲାଲ ନେହରୁ ଆଉ ତାଙ୍କ ପୁତ୍ର ଜବାହରଲାଲ

ଆମେ ଆଜି ସ୍ୱାଧୀନ । ଆମ ଉପରେ ଆଜି କାହାର ଗୁଲାମୀ ନାହିଁ କିମ୍ବା କାହାରି ଶାସନ ଅଧିନରେ ଆମେ ଜୀବନ ଯାପନ କରୁ ନାହାନ୍ତି । କିନ୍ତୁ ଏହି ସ୍ୱାଧୀନତାର ସ୍ୱାଦ ଆମେ ଯେଉଁ ଚାଖୁଛନ୍ତି ତାହା ପାଇଁ କେତେ ସଂଗ୍ରାମୀଙ୍କ ଲହୁ ଆଉ ବଳିଦାନ ରହିଛି ଯାହାକୁ ଆମେ କେବେ ଭୁଲି ପାରିବା ନାହିଁ । ସ୍ୱାଧୀନ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଜବାହରଲାଲ ନେହେରୁ । ଆମେ ତାଙ୍କର ଅବଦାନ ବିଷୟରେ ବହୁ ଅବଗତ । କିନ୍ତୁ ଆପଣ ତାଙ୍କର ପରିବାର ସଂଘର୍ଷ ବିଷୟରେ ଜାଣନ୍ତି କି? ଜାଣନ୍ତି ପରିବାର ଏକତା କଣ ଆଉ ନିଜର ନୁହେଁ ଦେଶ ପାଇଁ ନେହେରୁ ୯ଥର କାରାଦଣ୍ଡ ଭୋଗିଛନ୍ତି । ଆହୁରି ମଧ୍ୟ ସେ ତାଙ୍କ ପିତା ମୋତିଲାଲ ନେହେରୁଙ୍କ ସହ ମଧ୍ୟ ଜେଲଦଣ୍ଡ ଭୋଗିଛନ୍ତି ।

ସୂଚନାମୁତାବକ ମୋତିଲାଲ ନେହେରୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତା,ତଥା ସ୍ୱରାଜ ପାର୍ଟିର ସହଯୋଗୀ ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପିତା ଥିଲେ।ମୋତିଲାଲ, କାଶ୍ମୀରର ଏକ ସମୃଦ୍ଧ ବ୍ରାହ୍ମଣ ପରିବାରର ସଦସ୍ୟ ଥିଲେ ଯିଏ କି ନିଜକୁ ମଧ୍ୟଯୁଗ ପର୍ଯ୍ୟନ୍ତ ରାଜନୀତିରୁ ଦୂରେଇରଖିଥିଲେ। ୧୯୧୮ ବେଳକୁ ପ୍ରଖ୍ୟାତ ଆଇନଜୀବୀ ଭାବେ ଜଣେ ଧନାଢ଼୍ୟ ବ୍ୟକ୍ତି ପାଲଟିଥିବା ମୋତିଲାଲ, ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଶ୍ଚାତ୍ୟ ଜୀବନଶୈଳୀ ଛାଡ଼ି ଭାରତୀୟ ଜୀବନଧାରାକୁ ଗ୍ରହଣ କରିଥିଲେ।

ଭାରତୀୟମାନଙ୍କୁ ଦମନ କରିବା ପାଇଁ ଇଂରେଜ ସରକାର ରାଓଲାତ୍ ଆଇନ(Rawlatt Act) ପ୍ରଚଳନ କଲେ । ୧୯୧୯ ମସିହାରେ ସାରା ଭିରତରେ ରାଓଲାତ୍ ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ ଇଂରେଜ ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ । ଅପରପକ୍ଷେ ସରକାର ଭାରତୀୟମାନଙ୍କ ବିରୁଦ୍ଧରେ ଦମନମୂଳକ ନୀତି ପ୍ରୟୋଗ କଲେ । ରାଓଲାତ୍ ଆଇନ ପରେ ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ, ଖିଲାଫତ୍ ଘଟଣା ପରି ପ୍ରତାରଣାମୂଳକ ଓ ଆମାନୁଷିକ ଘଟଣାମାନ ଘଟିଥିଲା । ୧୯୧୯ ମସିହା ଏପ୍ରିଲ ମାସରେ ପଞ୍ଜାବର ଜାଲିଆନାୱାଲାବାଗରେ ଜେନେରାଲ୍ ଡାୟାର ନିରୀହ ପ୍ରଜାମାନଙ୍କୁ ଆଖିବୁଜା ଗୁଳିଚାଳନା କରିଥିଲେ । ୧୯୧୯ ମସିହାରେ ଅମୃତସରରେ ବ୍ରିଟିଶମାନଙ୍କଦ୍ୱାରା ଶହ ଶହ ଭାରତୀୟଙ୍କ ହତ୍ୟା କରାଗଲା ସେତେବେଳେ ଏହା ମୋତିଲାଲଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ଅସହଯୋଗ ଆନ୍ଦୋଳନରେ ଯୋଗଦେବାକୁ ପ୍ରେରିତ କରିଥିଲା । ଯାହା ତାଙ୍କୁ ଆଇନରେ କ୍ୟାରିୟର ଛାଡି ଏକ ସରଳ ଜୀବନ ଶୈଳୀରେ ପରିବର୍ତ୍ତନ କରିଥିଲା। ଫଳ ସ୍ୱରୂପ ୧୯୨୧ ମସିହାରେ ତାଙ୍କୁ ଏବଂ ତାଙ୍କର ପୁତ୍ର ଜବାହରଲାଲଙ୍କୁ ବ୍ରିଟିଶମାନେ ଗିରଫ କରି ୬ ମାସ ଜେଲରେ ରଖିଥିଲେ।ବେ ୧୯୨୨ ଚୋୖରିଚୋୖରା ହିଂସାକାଣ୍ଡ ଯୋଗୁଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନ ବାତିଲ କରିବାରୁ ଜେଲ ଯାଇଥିବା ମୋତିଲାଲ ଉକ୍ତ ନିଷ୍ପତ୍ତିକୁ ବିରୋଧ କରି ତାଙ୍କଠାରୁ ଦୂରେଇ ଯାଇଥିଲେ। କଂଗ୍ରେସ ଦଳ ତ ନିବାର୍ଚନ ଲଢ଼ୁନଥିଲା। ସ୍ବରାଜ ଦଳରେ ଯୋଗ ଦେଇ ମୋତିଲାଲ ୧୯୨୩ରେ ବିରୋଧୀ ଦଳ ନେତା ହୋଇଥିଲେ। ୧୯୨୬ରେ ପୁଣିଥ‌େର କେନ୍ଦ୍ରୀୟ ବ୍ୟବସ୍ଥାପିକାକୁ ନିର୍ବାଚିତ ହୋଇଥିଲେ ।

ତେବେ ଜେଲ ଯିବା ଖବର ପାଇବା ପରେ ମୋତିଲାଲଙ୍କ ପତ୍ନୀ ସ୍ୱରୂପ ରାଣୀ ନେହରୁ ବହୁତ ଖୁସି ହେବା ସହ ତାଙ୍କ ସ୍ୱାମୀ ଏବଂ ପୁଅ ପାଇଁ ଅତ୍ୟଧିକ ଗର୍ବିତ ଥିଲେ। ଏହାପରେ ସ୍ୱରୂପ ରାଣୀ ମଧ୍ୟ ଆନ୍ଦୋଳନ ରେ କିପରି ମହିଳା ମାନଙ୍କୁ ସଶକ୍ତ କରିହେବ ସେହି ଦିଗରେ ଆଗେଇ ଚାଲିଲେ। ସେ ମହିଳାମାନଙ୍କୁ ସ୍ୱ-ଶାସନ ପାଇଁ ସହଯୋଗ କରିବା ସହ ଲବଣ ସତ୍ୟାଗ୍ରହରେ ଯୋଗଦାନ ତାଙ୍କର ବହୁତ।