fbpx

ସେକ୍ସ ଲାଇଫର ସିକ୍ରେଟ ପ୍ରକାଶ କଲେ ଆଲିଆ ଭଟ୍ଟ, କହିଲେ ମତେ ରଣବୀରଙ୍କ ସହ …

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଉଭୟ ଅଭିନୟ ଏବଂ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ବେଶ ଜଣାଶୁଣା। ଏଥି ସହିତ, ସେ ବଲିଉଡର କିଛି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ, ଯିଏ ସମସ୍ତଙ୍କ ସାମ୍ନାରେ ନିଜର ହୃଦୟ କଥା କହିବାକୁ ସାହସ କରନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ ଆଲିଆ ଭଟ୍ଟ ତାଙ୍କ ସେକ୍ସ ଲାଇଫ ଏବଂ ତାଙ୍କର ପ୍ରିୟ ସେକ୍ସ ପୋଜିସନ ବିଷୟରେ କହିଥିଲେ।ମିଡିଆ ରିପୋର୍ଟ ଅନୁଯାୟୀ, ଏକ ପୁରୁଣା ସାକ୍ଷାତକାରରେ ଆଲିଆ ଭଟ୍ଟ ପ୍ରକାଶ କରିଛନ୍ତି ଯେ ତାଙ୍କର ପ୍ରିୟ ସେକ୍ସ ପୋଜିସନ ହେଉଛି ‘ମିଶନାରୀ’। ଭୋଗଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଆଲିଆ ଏହି ତଥ୍ୟ ବାଣ୍ଟିଥିଲେ।

ସୂଚନାମୁତାବକ ଆଲିଆ ଭଟ୍ଟ ୧୪ ଏପ୍ରିଲ ୨୦୨୨ ରେ ରଣବୀର କପୁରଙ୍କୁ ବିବାହ କରିଥିଲେ। ଦୁହେଁ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ରଣବୀରଙ୍କ ଘରେ ବିବାହ ହୋଇଥିଲା।ଏହା ପରେ, ଜୁନ୍ ମାସରେ, ଆଲିଆ ସୋସିଆଲ ମିଡିଆ ମାଧ୍ୟମରେ ଗର୍ଭବତୀ ହେବାର ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ନଭେମ୍ବର ୬ ରେ ଆଲିଆ ଏବଂ ରଣବୀର ଏକ ସୁନ୍ଦର କନ୍ୟା ସନ୍ତାନକୁ ସ୍ୱାଗତ କରିଛନ୍ତି। ଦୁହେଁ ନିଜ ଝିଅର ନାମ ରାହା ରଖିଛନ୍ତି। ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିଲେ , ଶେଷ ଥର ପାଇଁ ଉଭୟ ଅୟାନ ମୁଖାର୍ଜୀଙ୍କ ମଲ୍ଟିଷ୍ଟାର୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସିଥିଲେ।

ଖୁବ୍ ଶୀଘ୍ର ଆଲିଆ କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ରେ ରଣଭୀର ସିଂଙ୍କ ବିପକ୍ଷରେ ନଜର ଆସିବେ। ଏହା ସହିତ ଆଲିଆଙ୍କ ପ୍ରଥମ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ ମଧ୍ୟ ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ଏହା ବ୍ୟତୀତ ରଣବୀର କପୁର୍ ଖୁବ୍ ଶୀଘ୍ର ରଶ୍ମିକାଙ୍କ ସହ ଫିଲ୍ମ ‘ଆନିମଲ’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ଭଙ୍ଗା ଦେଇଛନ୍ତି।

Get real time updates directly on you device, subscribe now.