fbpx

(Video) ଅଟୋରେ ୫୦ ଜଣ ଯାତ୍ରୀ! ଏଇଟା କ’ଣ ବସ୍ ନା ଟ୍ରେନ୍, ଜୀବନକୁ ଏମାନଙ୍କର ଲୋଭ ନାହିଁ ବୋଧେ

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ କିଛି ଅଜବ ପ୍ରକାରର ଘଟଣା ସବୁ ଘଟିଥାଏ । ଏପରି କିଛି ଘଟଣା ଯାହାକି ବିପଦପୂର୍ଣ୍ଣ ହୋଇଥିଲେ ହେଁ ମଜାଦାର ବି ହୋଇଥାଏ । ତେବେ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସାଧାରଣ ଭାବେ ଗ୍ରାମାଞ୍ଚଳରେ ଯାତାୟାତ କରୁଥିବା ଯାତ୍ରୀବାହୀ ବସଗୁଡ଼ିକରେ ପାସେଞ୍ଜର ଫୁଲ୍ ହୋଇଥାନ୍ତି । ମାତ୍ର ଯଦି ଗୋଟିଏ ଅଟୋରେ ପାଖାପାଖି ୫୦ ଜଣ ଯାତ୍ରୀ ଚଢ଼ିବେ ତେବେ ଏହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ ନା ହସିବେ?

ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଜିଲ୍ଲା ଅଲୀରାଜପୁରରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଏକ ଅଟୋରେ ପାଖାପାଖି ୫୦ ଜଣ ଯାତ୍ରୀ ଚଢ଼ି ଯାଉଥିବା ଦେଖାଯାଉଛି । ଏହି ଭିଡିଓକୁ ଯିଏ ଦେଖୁଛି ହସିହସି ଗଡ଼ି ଯାଉଛି । ଯାତ୍ରୀମାନେ ପରିବା ବସ୍ତା ପରି ପରସ୍ପର ସହ ଜାକିଜୁକି ହୋଇ ଯାତ୍ରା କରୁଥିଲେ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଉକ୍ତ ଅଟୋକୁ ରେଜିଷ୍ଟ୍ରେସନ ନମ୍ବର ଆଧାରରେ ତଲାସୀ କରି ଜବତ କରିଥିଲା ।

ତେବେ ଜଣାପଡ଼ିଛି ଯେ, ଏକ ମେଳା ଦେଖି ସାରିବା ପରେ ସମସ୍ତ ଯାତ୍ରୀ ଜୋବଟଠାରୁ ନିଜ ଗ୍ରାମ ବିଲାସାକୁ ଯାତ୍ରା କରୁଥିଲେ । ଉକ୍ତ ଅଟୋରେ ଅନେକ ମହିଳା ଯାତ୍ରୀ ମଧ୍ୟ ରହିଥିଲେ । ସମସ୍ତ ଯାତ୍ରୀ ଅତ୍ୟନ୍ତ ବିପଜ୍ଜନକ ଭାବେ ଯାତ୍ରା କରୁଥିଲେ । ଏମିତି ଲାଗୁଥିଲା ସତେ ଯେମିତି ଜୀବନକୁ କାହାର ଭୟ ନାହିଁ । ଗ୍ରାମାଞ୍ଚଳମାନଙ୍କରେ ଗାଡ଼ିର ଅଭାବ କାରଣରୁ ଦୂରଦୂରାନ୍ତରୁ ଯିବାଆସିବା କରୁଥିବା ଲୋକମାନେ ଏହି ଅଟୋରେ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି । ତେବେ ଏହି ଅଟୋଟି ଅଲିରାଜପୁରର ମେଟ୍ରୋ ଟ୍ରେନ, ଓଲା, ଉବର ବୋଲି ଜଣେ ୟୁଜର ଏହି ଭିଡିଓକୁ ଟ୍ୱିଟରରେ ଶେୟାର କରିବା ଅବସରରେ ଲେଖିଛନ୍ତି ।

Get real time updates directly on you device, subscribe now.