fbpx

ଏହି ଦେଶରେ ଜୁନ ୨୦୨୩ରେ ହ୍ରାସ ପାଇବ ନାଗରିକଙ୍କ ବୟସ; ଏକରୁ ଦୁଇ ବର୍ଷ ହୋଇଯିବେ ସାନ

ନୂଆଦିଲ୍ଲୀ: ଦୁନିଆର ଅଧିକାଂଶ ଲୋକ ସେମାନଙ୍କ ବୟସ ବଢୁୁଥିବାରୁ ଚିନ୍ତାରେ ରହିଛନ୍ତି । ବାର୍ଦ୍ଧକ୍ୟ ସହିତ ଶାରୀରିକ ଅସୁସ୍ଥତା, ଚାକିରୀରୁ ଅବସର ନେବା ଏବଂ ଅନ୍ୟାନ୍ୟ ଆର୍ôଥକ ଚିନ୍ତା ମଧ୍ୟ ଆସିଥାଏ । କିନ୍ତୁ ଏପରି ଏକ ଦେଶ ମଧ୍ୟ ଅଛି ଯେଉଁଠାରେ ଜୁନ୍ ୨୦୨୩ ସୁଦ୍ଧା ନାଗରିକଙ୍କ ବୟସ ଏକରୁ ଦୁଇ ବର୍ଷ ହ୍ରାସ ହେବାକୁ ଯାଉଛି । ଏହା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଦକ୍ଷିଣ କୋରିଆରେ ଏଭଳି ଘଟଣା ଘଟିବାକୁ ଯାଉଛି । ତେବେ ଏଠାରେ ଥିବା ନାଗରିକଙ୍କ ବୟସ କେବଳ ସରକାରୀ ଦଲିଲରେ ହ୍ରାସ ହେବାକୁ ଯାଉଛି । ତଥାପି ସରକାରଙ୍କ ଏଭଳି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ।

ଦକ୍ଷିଣ କୋରିଆର ଲୋକଙ୍କ ବୟସ କିପରି ହ୍ରାସ ପାଇବ?
ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ କୋରିଆ ସରକାରଙ୍କ ଦ୍ୱାରା ଏକ ଆଇନ ପ୍ରଣୟନ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଦେଶ ପାରମ୍ପରିକ ଉପାୟରେ ନୁହେଁ, ଆନ୍ତର୍ଜାତୀୟ ମାନଦଣ୍ଡ ଆଧାରରେ ନାଗରିକଙ୍କ ବୟସକୁ ଗଣନା କରିବ । ଏହି ଆଇନ ପରେ କରାଯାଇଥିବା ସଂଶୋଧନ ଉପରେ ନିର୍ଭର କରି ଏଠାରେ ନାଗରିକଙ୍କ ସରକାରୀ ଦଲିଲ ଏକରୁ ଦୁଇ ବର୍ଷ ହ୍ରାସ ପାଇବ । ଏହି ନିୟମ ଜୁନ୍ ୨୦୨୩ ଠାରୁ କାର୍ଯ୍ୟକାରୀ ହେବ ।

ଦକ୍ଷିଣ କୋରିଆ ଏହାର ନାଗରିକଙ୍କ ବୟସ ହିସାବ କରିବାର ପାରମ୍ପରିକ ପଦ୍ଧତି ଅନୁସରଣ କରେ । ଏହି ଅନୁଯାୟୀ, ଏଠାରେ ଥିବା ଲୋକମାନେ ଜନ୍ମ ସମୟରେ ଏକ ବର୍ଷ ବୟସ୍କ ବୋଲି ବୁଝାଯାଏ । ଆହୁରି ମଧ୍ୟ, ପ୍ରତିବର୍ଷ ଜାନୁଆରୀ ୧ ରେ ତାଙ୍କ ବୟସରେ ଗୋଟିଏ ବର୍ଷ ଯୋଡା ଯାଇଥାଏ । ମଦ୍ୟପାନ କିମ୍ବା ଧୂମପାନ ପାଇଁ ବୟସ ଗଣନା କରିବାର ଆଉ ଏକ ଉପାୟ ଅଛି । ଏହା ଅଧୀନରେ, ଜଣେ ବ୍ୟକ୍ତିଙ୍କ ବୟସ ଜନ୍ମ ସମୟରେ ଶୂନରୁ ହିସାବ କରାଯାଏ ଏବଂ ୧ ଜାନୁଆରୀରେ ଗୋଟିଏ ବର୍ଷ ଯୋଡା ଯାଇଥାଏ । ବାସ୍ତବରେ ଦକ୍ଷିଣ କୋରିଆବାସୀ ମଧ୍ୟ ମାତୃ ଗର୍ଭରେ ବିତାଇଥିବା ନଅ ମାସକୁ ଶିଶୁର ବୟସରେ ଯୋଡିଥାନ୍ତି ।

ପାରମ୍ପରିକ ପଦ୍ଧତି ବ୍ୟତୀତ, ଦକ୍ଷିଣ କୋରିଆ କେବଳ ଡାକ୍ତରୀ ଏବଂ ଆଇନଗତ ଡକ୍ୟୁମେଣ୍ଟରେ ବୟସ ଗଣନା ପାଇଁ ଆନ୍ତର୍ଜାତୀୟ ମାନକ ଅନୁସରଣ କରେ । ଏହା ଅଧୀନରେ, ଜନ୍ମ ସମୟରେ ଜଣେ ବ୍ୟକ୍ତିଙ୍କ ବୟସ ଶୂନ ଭାବରେ ନିଆଯାଏ ଏବଂ ପ୍ରତ୍ୟେକ ଜନ୍ମଦିନରେ ତାଙ୍କ ବୟସରେ ଗୋଟିଏ ବର୍ଷ ଯୋଡା ଯାଇଥାଏ । ତଥାପି, ବର୍ତ୍ତମାନ ସରକାରୀ ଦଲିଲଗୁଡ଼ିକରେ ବୟସ ସ୍କେଲ ଆନ୍ତର୍ଜାତୀୟ ମାନଦଣ୍ଡ ଉପରେ ଆଧାରିତ ହେବ ।

Get real time updates directly on you device, subscribe now.