fbpx

ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ; ଆସନ୍ତା କାଲି ହେବ ଶପଥ ଗ୍ରହଣ

ନୂଆଦିଲ୍ଲୀ: କଂଗ୍ରେସ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି । ଦଳ ସୁଖବିନ୍ଦର ସିଂ ସୁଖୁଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଚୟନ କରିଛିି । କଂଗ୍ରେସ ବିଧାୟକ ଦଳ ବୈଠକରେ ସୁଖବିନ୍ଦରଙ୍କ ନାଁ ଚୂଡ଼ାନ୍ତ ହୋଇଛି । ସୂଚନା ଅନୁଯାୟୀ ବିଧାୟକ ଦଳ ବୈଠକ ପରେ ଭୂପେଶ ବଘେଲ ନାଁ ଘୋଷଣା କରିଥିଲେ । ଆସନ୍ତାକାଲି ଦିନ ୧୧ଟା ସମୟରେ ସୁଖବିନ୍ଦର ଶପଥ ନେବେ ବୋଲି ସୂଚନା ରହିଛି । ଅନ୍ୟପଟେ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ତେବେ ତାଙ୍କ ନାମ ଘୋଷଣା ହେବା ମାତ୍ରେ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି ଯେ ମୁଁ ଏବଂ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଗୋଟିଏ ଟିମ୍ ଭାବରେ କାର୍ଯ୍ୟ କରିବୁ । ମୁଁ ୧୭ ବର୍ଷ ବୟସରେ ମୋର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲି । କଂଗ୍ରେସ ମୋ ପାଇଁ ଯାହା କରିଛି ତାହା ମୁଁ ଭୁଲି ପାରିବି ନାହିଁ ।

Get real time updates directly on you device, subscribe now.