fbpx

ଗୁଜରାଟ କ୍ୟାବିନେଟର ସମ୍ଭାବ୍ୟ ଟିମ୍: ୨୫ ଜଣଙ୍କୁ କରାଯିବ ସାମିଲ, ବାଦ୍ ପଡ଼ିବେ ଅନେକ ହେଭିୱେଟ୍

ନୂଆଦିଲ୍ଲୀ: ଗୁଜରାଟ ଦଖଲ କରି ଇତିହାସ ରଚିବା ପରେ ବିଜେପି ଶିବିରରେ ଏବେ ଖୁସି ଲହରୀ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଭୂପେନ୍ଦ୍ର ପଟେଲଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ବଛା ଯାଇଥିବା ବେଳେ ଆସନ୍ତା ୧୨ ତାରିଖରେ ସେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ । ତେବେ ରାଜ୍ୟର ମୋଟ ୧୮୨ଟି ଆସନ ମଧ୍ୟରୁ ବିଜେପି ୧୫୬ଟି ସିଟରେ ବିଜୟ ହାସଲ କରିଥିଲା ।

ତେଣୁ ଚଳିତ ଥର ନିର୍ବାଚିତ ହୋଇଥିବା ୧୫୬ ଜଣ ବିଧାୟକଙ୍କ ମଧ୍ୟରୁ କାହାକୁ କ୍ୟାବିନେଟରେ ସ୍ଥାନ ମିଳିବ ତାହା ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ତେବେ ଏହା ମଧ୍ୟରେ ନୂଆ କ୍ୟାବିନେଟର ଏକ ସମ୍ଭାବ୍ୟ ଲିଷ୍ଟ ସାମ୍ନାକୁ ଆସିଛି । ମୋଟ ୨୫ ଜଣ ଚେହେରାଙ୍କୁ ଟିମରେ ସାମିଲ କରାଯିବ । ଏହି ଲିଷ୍ଟରେ ହାର୍ଦ୍ଦିକ ପଟେଲଙ୍କ ନାମ ନଥିବା କୁହାଯାଉଛି ।

ନୂଆ କ୍ୟାବିନେଟରେ ଯୁବ ଚେହେରାଙ୍କୁ ସ୍ଥାନ ଦେବା ନେଇ ଚର୍ଚ୍ଚା ହେଉଛି । ଏହି ଲିଷ୍ଟରେ ଥିବା କିରୀଟ ସିଂହ ରାଣା, କନୁ ଦେସାଈ, ଋଷିକେଶ ପଟେଲ, କୁମ୍ବରଜୀ ବାବଲିୟା, ରମନଲାଲ ବୋରା, ଗଣପତ ବସବା, ନରେଶ ପଟେଲ, ହର୍ଷ ସଂଘଭୀ, ବାଳକୃଷ୍ଣ ଶୁକ୍ଲାଙ୍କୁ କ୍ୟାବିନେଟ ପାହ୍ୟା ମିଳିପାରେ । ସେହିପରି ଜୟେଶ ରାଦଡିୟା, ଶମ୍ଭୁପ୍ରସାଦ ଟୁଣ୍ଡିଆ, ମୌଲୁ ବେରା, ଅଳ୍ପେଶ ଠାକୋର, ଜିତି ବାଘାଣୀ, ମନୀଷା ବକିଲ ଓ ଭାନୁ ବାବରିୟାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏତଦବ୍ୟତୀତ ହୀରା ସୋଲଙ୍କୀ, ଦର୍ଶନା ବାଘେଲା, ଶଙ୍କର ଚୌଧରୀ, ନିକୁଲ ପଟେଲ, ପଙ୍କଜ ଦେସାଈ, ଦର୍ଶନା ଦେଶମୁଖ, ପିସି ବରଣ୍ଡା, ଜଗଦୀଶ ବିଶ୍ୱକର୍ମା ଓ କୌଶିକ ବେକରିୟା ମଧ୍ୟ କ୍ୟାବିନେଟରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ଭୂପେନ୍ଦ୍ର ରାଜ୍ୟର ୧୮ତମ ଓ ବ୍ୟକ୍ତିଗତ ଭାବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

Get real time updates directly on you device, subscribe now.