CHARIDHAM

Breaking News: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା ଦାୟର କଲେ ନୋରା, କହିଲେ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୋରା ଫତେହି ସୋମବାର ସହ-ତାରକା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ୧୫ ଟି ମିଡିଆ ହାଉସ ବିପକ୍ଷରେ ଅପମାନଜନକ ମନ୍ତବ୍ୟ ଦେଇ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସେ ଗଣମାଧ୍ୟମ ସଂଗଠନଗୁଡ଼ିକୁ ଏହି ମନ୍ତବ୍ୟକୁ ‘ଆଗକୁ ବଢେଇବା ଏବଂ ପ୍ରସାରଣ’ ଅଭିଯୋଗ କରିଛନ୍ତି। ଫତେହି ଆହୁରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅଭିନେତା ତଥା ଗଣମାଧ୍ୟମ ସଂଗଠନଗୁଡ଼ିକ ପରସ୍ପର ସହ ମିଶି କାର୍ଯ୍ୟ କରୁଛନ୍ତି।ତାଙ୍କ ଦ୍ରୁତଗତିରେ ଅଗ୍ରଗତି କରୁଥିବା ଯେଉଁମାନେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅସମର୍ଥ ଅଟନ୍ତି ସେ ଏଭଳି ଚକ୍ରାନ୍ତ କରୁଥିବା ସେ ଆବେଦନପତ୍ରରେ ସୂଚନା ଦେଇଛି।ତେବେ ଏହାଦ୍ୱାରା ତାଙ୍କର ପ୍ରତିଷ୍ଠାକୁ ନଷ୍ଟ କରିବାକୁ ଚେଷ୍ଟା କରା ଯାଉଛି ଯାହା ଦ୍ୱାରା ସେ କାମ ହରାଇବ ଏବଂ ବହୁତ ଅସୁବିଧାର ସାମ୍ନା କରୁଛନ୍ତି ।

ସୂଚନା ମୁତାବକ କିଛି ଦିନ ତଳେ ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ପରେ ଏବେ ନୋରା ଫତେହୀ ଙ୍କୁ EOW ଅଫିସରୁ ଡାକରା ଆସିଥିଲା । ଏହାପରେ ନୋରା ହାଜର ହେଇଥିଲେ । ଦିଲ୍ଲୀ ପୋଲିସର EOW ଅଧିକାରୀ ନୋରାଙ୍କୁ ଜେରା କରିଥିଲା ।ଏହାପରେ ଜ୍ୟାକଲିନ ଫଣ୍ଣାଣ୍ଡେଜଙ୍କୁ ମଧ୍ୟ ଜେରା କରାଯାଇଥିଲା ।

ଶେଷସମୟରେ ପଞ୍ଚମ ଥର ପାଇଁ ନୋରା EOW ଅଫିସରେ ହାଜର ହେଇଥିଲେ । ତେବେ ପ୍ରତ୍ୟେକ ଥର ନୋରା ପୋଲିସକୁ ସହଯୋଗ କରିଥିବା ଜଣାଯାଇଛି । ସୁକେଶ ତାଙ୍କୁ ଗିଫ୍ଟ ଦେଇଥିବା ସେ ସ୍ୱୀକାର କରିଥିବା ବେଳେ ନୋରା ସୁକେଶର କୌଣସି ଅପରାଧିକ ରେକର୍ଡ ବିଷୟରେ ଜାଣିନଥିବା ସେ ପ୍ରକାଶ କରିଥିଲେ ।ଏହାସହ ଏହି ଘଟଣାରେ ଜ୍ୟାକଲିନଙ୍କ ସହ ନୋରାଙ୍କର କୌଣସି କନେକ୍ସନ ନଥିବା ସେ କହି ଥିଲେ ।