fbpx

ସରକାରୀ ଚାକିରିଆ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉପହାର: ରାଜ୍ୟରେ ଖୋଲିବ ପେନସନ ଓ ପ୍ରମୋସନ ଅଦାଲତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରିଆଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ପେନସନ ଓ ପ୍ରମୋସନ ଅଦାଲତ । ଏହାଦ୍ୱାରା ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ, ଅବସର ଗ୍ରହଣ କରୁଥିବା କର୍ମଚାରୀମାନେ ଉପକୃତ ହୋଇପାରିବେ । ଏହାଫଳରେ ଚାକିରିରୁ ଅବସର ନେବା ପରେ କର୍ମଚାରୀମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍ ପାଇଁ ଆବେଦନ କରିପାରିବେ ।

ସୂଚନା ସୂଚନା ମୁତାବକ, ଏହାକୁ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ବିଭାଗୀୟ ମୁଖ୍ୟମାନଙ୍କ ମାଧ୍ୟମରେ ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖୁବଶୀଘ୍ର ପେନସନ ଅଦାଲତ ଅନୁଷ୍ଠିତ ନେଇ ସ୍ଥାନ ଓ ତାରିଖ ଘୋଷଣା କରାଯିବ । ଏହାପୂର୍ବରୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ଅଫିସରୁ ଅବସର ନେଇ ପେନସନ ପାଇନଥିବା କର୍ମଚାରୀଙ୍କୁ ସହଯୋଗ କରିବେ । ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟାଳୟରେ ହେଲପ୍ ଡେସ୍କ ଖୋଲିବ ।

ଯେଉଁମାନେ ତଥ୍ୟ ଅଭାବରୁ, ବୟସାଧିକ୍ୟ କାରଣରୁ, ପତିପତ୍ନୀଙ୍କ ମୃତ୍ୟୁ କାରଣରୁ ପେନସନ ପାଇନଥିବେ ସେମାନଙ୍କ ଘରୁ ପେନସନ ପତ୍ର ସଂଗ୍ରହ କରିବାକୁ ମୁଖ୍ୟମାନଙ୍କୁ କୁହାଯାଇଛି । ଏ ବାବଦରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକାରୀ ଓ କର୍ମଚାରୀଙ୍କୁ ନିୟମାନୁଯାୟୀ କିପରି ଯୋଗ୍ୟତା ଭିତ୍ତିକ ପଦୋନ୍ନତି ମିଳିବ ସେନେଇ ମଧ୍ୟ ଅଦାଲତ ଅନୁଷ୍ଠିତ ହେବ । ମୁଖ୍ୟ ଶାସନ ସଚିବଙ୍କ ସମେତ ୭ ଜଣ ବରିଷ୍ଠ ଅଧିକାରୀ ଅଦାଲତ କରିବେ । ସେମାନେ ଭିନ୍ନ ଭିନ୍ନ ବିଭାଗ ଦାୟିତ୍ୱରେ ରହିବେ ।

Get real time updates directly on you device, subscribe now.