fbpx

(Video) ହେ ଭଗବାନ୍! ପ୍ରଥମେ ଧକ୍କା ଓ ପରେ ମଡ଼ାଇ ଦେଇ ଚାଲିଗଲା ବସ୍, କିନ୍ତୁ କିଛି ସେକେଣ୍ଡରେ ତଳୁ ଉଠିପଡ଼ିଲେ ବ୍ୟକ୍ତି

ନୂଆଦିଲ୍ଲୀ: କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’ । ଯାହାର ସମୟ ଶେଷ ହୋଇନଥିବ, ତାକୁ କେହି ବି ମାରିପାରିବେ ନାହିଁ । ମୁମ୍ବାଇରେ ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କୁ ଏକ ବସ୍ ଧକ୍କା ଦେଲା ଓ ଚାହୁଁ ଚାହୁଁ ତାଙ୍କ ଉପରେ ଦେଇ ଚାଲିଗଲା । ଏହି ଘଟଣା ମଙ୍ଗଳବାର ଦ୍ୱିପହର ପ୍ରାୟ ୨ଟା ୪୦ ମିନିଟରେ ହୋଇଛି । ଫ୍ୟାଶନେବଲ ପୋୱାଇ ଅଞ୍ଚଳର ଲେକସାଇଡ କମ୍ପେ୍ଲକ୍ସ ନିକଟରେ ଥିବା ଏଭରେଷ୍ଟ ବିଲ୍ଡିଂ ବାହାରେ ଏହି ଘଟଣା ଘଟିଛି । ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ୍ ହୋଇଛି । ଜଣେ ୟୁଜସ ଏହି ଭିଡିଓକୁ ଟ୍ୱିଟ୍ କଲେ ଓ ଏହା ଭାଇରାଲ ହୋଇଗଲା ।

୪୫ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି କି, ଭିଡ଼ ରାସ୍ତାରେ ଅନେକ ଯାନବାହନ ଧିରେ ଧିରେ ଆଗକୁ ଯାଉଛି । ଏହା ସହ ଚାଲି ଚାଲି ଯାଉଥିବା କିଛି ଲୋକ ସାବଧାନତା ସହ ରାସ୍ତା ଅତିକ୍ରମ କରୁଛନ୍ତି । ଅଚାନକ୍ ଧଳା କୁର୍ତ୍ତା ପିନ୍ଧି ଜଣେ ବ୍ୟକ୍ତି ରାସ୍ତା ପାର୍ କରୁଥିବା ଦେଖିବାକୁ ମିଳିଛି । ସେତିକିବେଳେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ବସଟି ତାଙ୍କୁ ପଛପଟରୁ ଧକ୍କା ଦେଇଥିଲା । ସେ ନିଜକୁ ସମ୍ଭାଳି ନପାରି ତଳେ ପଡ଼ିଯାଇଥିଲେ, କିନ୍ତୁ ବସଟି ଅଟକିନଯାଇ ବୟସ୍କ ବ୍ୟକ୍ତିଙ୍କ ଉପରେ ଚଢ଼ିଯାଇ ଆଗକୁ ଚାଲିଯାଇଥିଲା ।

ଦୁର୍ଘଟଣାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଡରିଯାଇଥିଲେ ଓ ଡ୍ରାଇଭରକୁ ବସ୍ ଅଟକାଇବାକୁ ଚିଲ୍ଲାଇଥିଲେ । ବସ୍ ଡ୍ରାଇଭର ମଧ୍ୟ ବସକୁ ଅଟକାଇଥିଲା । କିଛି ସମୟ ପରେ ଯେଉଁ ବ୍ୟକ୍ତିଙ୍କ ଉପରେ ବସ୍ ଚଢ଼ିଯାଇଥିଲା, ସେ ଉଠିପଡି ବସ୍ ଡ୍ରାଇଭର ଉପରେ ଚିଲ୍ଲାଇଥିଲେ । ତେବେ ଏତେ ବଡ଼ ଦୁର୍ଘଟଣା ପରେ ବୟସ୍କଙ୍କୁ ସୁସ୍ଥସବଳ ଦେଖି ଲୋକମାନେ ଶାନ୍ତିରେ ନିଶ୍ୱାସ ନେଇଥିଲେ ।

Get real time updates directly on you device, subscribe now.