fbpx

Video: ଷ୍ଟେଜ୍ ଉପରେ ଷ୍ଟଣ୍ଟ ଦେଖାଇବା ପଡ଼ିଲା ମହଙ୍ଗା, ନିଜ ପ୍ୟାଣ୍ଟରେ ହିଁ ଲାଗିଗଲା ନିଆଁ

ଆଜିକାଲି ଲୋକଙ୍କ ମଧ୍ୟରେ ଷ୍ଟଣ୍ଟ କରିବାର ପାଗଳାମି ଦେଖିବାକୁ ମିଳୁଛି । ଏହି ଲୋକମାନେ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି । ଏଥିରେ ଯୁବକଙ୍କଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସାମିଲ ଅଛନ୍ତି । କିନ୍ତୁ ବେଳେବେଳେ ଷ୍ଟଣ୍ଟ କରିବା ଲୋକଙ୍କ ପାଇଁ ମହଙ୍ଗା ପଡ଼ିଯାଏ । ଏହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ବ୍ୟକ୍ତି ନିଆଁ ସହ ଷ୍ଟଣ୍ଟ କରୁଥିଲେ, କିନ୍ତୁ ଚାହୁଁ ଚାହୁଁ ତାଙ୍କ ପ୍ୟାଣ୍ଟରେ ନିଆଁ ଲାଗିଗଲା । ଏହାପରର ଦୃଶ୍ୟ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି, କୌଣସି ବ୍ୟକ୍ତି ହାତରେ ମଶାଲକୁ ଜଳାଇ ଷ୍ଟଣ୍ଟ କରିବାକୁ ଲାଗିଲେ । ସେ ପ୍ରଥମେ ମଶାଲକୁ ଉପରକୁ ଉଠାଇଥିଲେ ଓ ପରେ ତାକୁ ନିଜ ପ୍ୟାଣ୍ଟରେ ପୂରାଇଥିଲେ । କିନ୍ତୁ ଏଠାରେ ନିଆଁ ସହ ଖେଳିବା ତାଙ୍କୁ ମହଙ୍ଗା ପଡ଼ିଥିଲା । ବ୍ୟକ୍ତିଙ୍କ ପ୍ୟାଣ୍ଟରେ ନିଆଁ ଲାଗିଯାଇଥିଲା ଓ ସେ ସେଠାରେ ଡେଇଁବାକୁ ଲାଗିଥିଲେ । ଏହି ଭିଡିଓ ସୋସିଆଲ ମିଡିଆର ଅଲଗା ଅଲଗା ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଦେଖିବା ଏହି ଭିଡିଓ…

 

View this post on Instagram

 

A post shared by Vikash Kushwaha (@vikashkushwaha9011)

Get real time updates directly on you device, subscribe now.