fbpx

ବାଂଲାଦେଶକୁ ୫୧୩ ରନ୍ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ, ଚାରି ବର୍ଷ ପରେ ଶତକ ହାସଲ କଲେ ଚେତେଶ୍ୱର ପୂଜାରା

ନୁଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚଟଗାଁଓରେ ଖେଳାଯାଉଥିବା ଟେଷ୍ଟ୍ ମ୍ୟାଚ୍ ର ଆଜି ତୃତୀୟ ଦିନ। ଭାରତ ଦଫବୀଟିୟା ପାଳି ଘୋଷଣା କରି ବାଂଲାଦେଶ ଆଗରେ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଭାରତ ଦ୍ୱିତୀୟ ପାଳିରେ ୨୫୮ ରନ୍ ସଂଗ୍ରହ କରି ପାଳି ଘୋଷଣା କରିଥିଲା । ଭାରତ ପାଇଁ ଚେତେଶ୍ୱର ପୂଜାରା ୧୦୨ ଏବଂ ଶୁଭମନ ଗିଲ୍ ୧୧୦ ରନ୍ ସଂଗ୍ରହ କରିଥିଲେ । ଚେତେଶ୍ୱର ପୂଜାରା ପ୍ରାୟ ଚାରି ବର୍ଷ ପରେ ଟେଷ୍ଟ୍ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି ।

ଏହା ପୁର୍ବରୁ ବାଂଲାଦେଶ ପ୍ରଥମ ପାଳିରେ ୧୫୦ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା । ଭାରତୀୟ ବୋଲର ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌ଙ୍କୁ ବଡ଼ ସ୍କୋର କରିବାର କୌଣସି ସୁଯୋଗ ଦେଇ ନଥିଲେ । ବିଶେଷ କରି କୂଲଦୀପ ଯାଦବ ୫ ଏବଂ ମହମ୍ମଦ ସିରାଜ ୩ଟି ଉଇକେଟ୍ ନେଇ ବାଂଲାଦେଶକୁ ୧୫୦ ରନ୍‌ରେ ସିମିତ ରଖିଥିଲେ ।

ଏହା ପୁର୍ବରୁ ଭାରତ ପ୍ରଥମ ଇନିଂସରେ ୪୦୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ପାଳିରେ ଚେତେଶ୍ୱର ପୂଜାରା ୯୦ ଏବଂ ଶ୍ରେୟସ ଆୟର ୮୬ ରନ୍ ସଂଗ୍ରହ କରିଥିଲେ । ତେବେ ଶେଷ ଆଡ଼କୁ ରବିଚନ୍ଦ୍ରନ୍ ଅଶ୍ୱୀନି ୫୮, ରୀଷବ ପନ୍ତ ୪୬ ଏବଂ କୂଲଦୀପ ଯାଦବ ୪୦ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ ।

Get real time updates directly on you device, subscribe now.