fbpx

Paytm ଆଣିଲା ଶାନଦାର ଅଫର: ବିଜୁଳି ବିଲ ପେମେଣ୍ଟ କରିବା ପରେ ଫେରସ୍ତ ପାଆନ୍ତୁ ସମସ୍ତ ଅର୍ଥ!

ନୂଆଦିଲ୍ଲୀ: ପେଟିଏମ୍ ୟୁଜର୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର । ପେଟିଏମରେ ଏବେ Bijlee Days ଅଫର ଜାରି ରହିଥିବା ବେଳେ ଏଥିରେ ଗ୍ରାହକଙ୍କୁ ଅନେକ ବେନିଫିଟ୍ ମିଳୁଛି । ପେଟିଏମରେ ବିଜୁଳ ବିଲ୍ ପେମେଣ୍ଟ କରି ସାରିବା ପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଅଫର ଦିଆଯାଉଛି । ଏଥିସହିତ ଆହୁରି ଅନେକ ଫାଇଦା ମଧ୍ୟ ଉପଲବ୍ଧ ରହିଛି ।

ପେଟିଏମ ପକ୍ଷରୁ Bijlee Days ଘୋଷଣା କରାଯାଇଥିବା ବେଳେ ଏଥିରେ ବିଜୁଳି ବିଲ ପଇଠ କରିବା ନେଇ ବମ୍ପର ଫାଇଦା ମିଳୁଛି । ପେଟିଏମରୁ ବିଜୁଳି ବିଲ୍ ପେମେଣ୍ଟ କରୁଥିବା ଗ୍ରାହକଙ୍କୁ କମ୍ପାନୀ ୧୦୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଶବ୍ୟାକ ଓ ଅତିରିକ୍ତ ରିୱାର୍ଡସ୍ ପ୍ରଦାନ କରୁଛି । ତେବେ ଏଥିପାଇଁ ୟୁଜର୍ସଙ୍କୁ ପ୍ରତି ମାସର ୧୦-୧୫ ତାରିଖ ମଧ୍ୟରେ ପେମେଣ୍ଟ କରିବାକୁ ପଡ଼ିବ ।

ପେଟିଏମ ଆପ ପକ୍ଷରୁ ୧୦୦ ପ୍ରତିଶତ କ୍ୟାଶବ୍ୟାକ ଓ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇଦା ଅତିକମରେ ୫୦ ଜଣ ୟୁଜର୍ସଙ୍କୁ ପ୍ରଦାନ କରାଯାଉଛି । ତେବେ ଏଥିପାଇଁ ଗ୍ରାହକଙ୍କୁ ପେଟିଏମ୍ ଆପରେ Bijlee Days ମଧ୍ୟରେ ବିଜୁଳି ବିଲ୍ ପେମେଣ୍ଟ କରିବାକୁ ପଡ଼ିବ । ଏହାଛଡ଼ା ଟପ୍ ଶପିଂ ଓ ଟ୍ରାଭେଲ ବ୍ରାଣ୍ଡରେ ମଧ୍ୟ ରିହାତି ଭାଉଚର ୟୁଜର୍ସଙ୍କୁ ଦିଆଯାଉଛି । ପ୍ରଥମ ଥର ପାଇଁ ବିଜୁଳ ବିଲ୍ ପେମେଣ୍ଟ କରୁଥବବା ଗ୍ରାହକଙ୍କୁ ୨୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ଦିଆଯିବ । ଏଥିପାଇଁ ପ୍ରୋମୋ କୋଡର ବ୍ୟବହାର କରିବାକୁ ପଡ଼ିବ । ପ୍ରଥମ ଥର ପେଟିଏମରେ ବିଜୁଳି ବିଲ ପେମେଣ୍ଟ କରୁଥିବା ୟୁଜର୍ସ ‘ELECNEW200’ ଅଫର କୋଡର ବ୍ୟବହାର କରିପାରିବେ ।

Get real time updates directly on you device, subscribe now.