fbpx

ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍; ୧୫ ତାରିଖ ସୁଦ୍ଧା ଜବାବ ରଖିବେ ଓକିଲ ସଂଘ

ସମ୍ବଲପୁର:ସମ୍ବଲପୁରରେ ଡିସେମ୍ବର ୧୨ ତାରିଖରେ ହୋଇଥିବା ଓକିଲ ଆନ୍ଦୋଳନ ଘଟଣାରେ ୫୪ ଜଣ ସଦସ୍ୟଙ୍କୁ ଛାଡି ଅନ୍ୟ ସମସ୍ତଙ୍କ ଲାଇସେନ୍ସ ରଦ୍ଦ କଟକଣାକୁ ହଟା ଯାଇଛି । ତେବେ ଯେଉଁ ୫୪ଜଣଙ୍କ ଲାଇସେନ୍ସ ସସମପେଣ୍ଡ ହୋଇଛି ତାହା ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଏନେଇ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସାନି ନିଦ୍ଦେର୍ଶନାମା ଜାରୀ କରାଯାଇଛି ।

ତେବେ ଲାଇସେନ୍ସ ରଦ୍ଦ ହୋଇଥିବା ସଦସ୍ୟମାନେ ଫେବୃଆରୀ ୧୫ ତାରିଖ ସୁଦ୍ଧା ବିସିଆଇ ନିକଟରେ ସେମାନଙ୍କ ପକ୍ଷ ରଖି ପାରିବେ । ଅନ୍ୟ ପକ୍ଷେ ଓକିଲ ଆନ୍ଦୋଳ ସମୟରେ କୋର୍ଟ ପରିସିରରେ ଭଙ୍ଗାରୁଜା କରିଥିବା ଘଟଣାର ତଦନ୍ତ ପାଇଁ ବିସିଆଇର ତଥ୍ୟ ଅନୁସନ୍ଧାନକାରୀ ଗଠନ ହୋଇଛି, ଯାହାର ନାମ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ତେବେ ଏହି ଟିମ୍ ଓକିଲ ଆନ୍ଦୋଳନ ସମୟରେ ହୋଇଥିବା ଗଣ୍ଡୋଗୋଳ ଘଟଣାରେ ତଥ୍ୟ ପ୍ରଦାନ କରିବ । ଯେଉଁ ଘଟଣାରେ ୨୧ ଜଣ ଓକିଲଙ୍କୁ ଗିରଫ କରାଯିବା ସହ ମୋଟ ୫୪ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ ହୋଇଥିଲା । ତେବେ ୧୨ ତାରିଖରେ ୨୯ ଜଣ ଓକିଲଙ୍କ ଲାଇସେନ୍ସକୁ ସସପେଣ୍ଡ କରାଯାଇଥିବା ବେଳେ ,୧୩ ତାରିଖରେ ୧୪ ଏବଂ ଗତକାଲି ୧୧ ଜଣ ଙ୍କ ଲାଇସେନ୍ସକୁ ଗଦ୍ଦ କରାଯାଇଛି ।

ତେବେ ଗତ ୭ ତାରିଖ ଠାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ ସୋମବାର ଦିନ ଉଗ୍ରରୂପ ନେଇଥିଲା। ୧୪୪ ଧାରାକୁ ଭ୍ରୂକ୍ଷେପ ନକରି ବିଭିନ୍ନ ରାଜନୈତିକ ଦଳ, ସାଂସ୍କୃତିକ ଓ ସାମାଜିକ ସଙ୍ଗଠନର ସଦସ୍ୟ ଏବଂ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି କଳାକାର, ଚାଷୀ, ଶ୍ରମିକ ଓ କିନ୍ନରମାନେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆହୂତ ସତ୍ୟାଗ୍ରହରେ ସାମିଲ୍‌ ହୋଇଥିଲେ। ଏହିସମୟରେ ପୁଲିସ ସହିତ ଆନ୍ଦୋଳନକାରୀଙ୍କ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଉତ୍ତ୍ୟକ୍ତ ଜନତା ଗେଟ୍ ଭାଙ୍ଗି କୋର୍ଟ ଭିତରକୁ ଧସେଇ ପଶିବା ସହିତ କାର୍ଯ୍ୟରତ ଜିଲ୍ଲାଜଜ୍‌ଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ସେଠାରୁ ବାହାର କରିଦେବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଏପରିକି, କୋର୍ଟ ଭିତରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ଏହି ଘଟଣାରେ ୫୪ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଥିଲା ବାର୍ କାଉନସିଲ ଅଫ୍ ଇଣ୍ଡିଆ  ।

 

Get real time updates directly on you device, subscribe now.