fbpx

ରାହୁଲ ଗାନ୍ଧୀଙ୍କ ସାମ୍ନାରେ ସଚିନ୍ ପାଇଲଟଙ୍କ ସମର୍ଥନ ସ୍ଲୋଗାନ, ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନୁରୋଧ କଲେ ଜନତା

ଜୟପୁର : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା କାର୍ଯ୍ୟକ୍ରମ ବର୍ତ୍ତମାନ ରାଜସ୍ଥାନରେ ଅବ୍ୟହତ ରହିଛି । ଏହି ଯାତ୍ରା ସମୟରେ କଂଗ୍ରେସ ଦଳ ମଧ୍ୟରେ ଗୋଷ୍ଠୀବାଦ ଦେଖିବାକୁ ମିଳିଛି । ଡାଉସାରେ ସଚିନ୍ ପାଇଲଟଙ୍କ ସମର୍ଥକମାନେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ, ପାଇଲଟଙ୍କ ପାଇଁ ସମର୍ଥନ ସ୍ଲୋଗାନ ଦେଇଥିଲେ । ରାଜସ୍ଥାନର ଡାଉସା ଠାରେ ଭାରତ ଯୋଡୋ ଯାତ୍ରାକୁ ସ୍ୱାଗତ କରାଯାଇଥିଲା । ଏଠାରେ ରାହୁଲଙ୍କୁ ଦେଖିବା ପାଇଁ ଏକ ବଡ ଜନସମାଗମ ହୋଇଥିଲା । ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଲୋକମାନେ ସଚିନ ପାଇଲଟଙ୍କ ସମର୍ଥନର ସ୍ଲୋଗାନ ଦେଇଥିଲେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଥିଲେ । ସଚିନ ପାଇଲଟଙ୍କ ସମର୍ଥନରେ ଚିତ୍କାର ହେତୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଯାତ୍ରା ଛଡିଦେଇଥିଲେ । ଏହାର କିଛି ସମୟ ପରେ ସେ ପୁଣି ଫେରିଆସି ଏହି ଯାତ୍ରାରେ ଯୋଗ ଦେଇଥିଲେ ।

ରାଜନୈତିକ ସର୍କଲରେ ଏହାକୁ ସଚିନ ପାଇଲଟଙ୍କ ଶକ୍ତି ପ୍ରଦର୍ଶନ ବୋଲି ମଧ୍ୟ କୁହାଯାଉଛି । ଡାଉସା ଜିଲ୍ଲାକୁ ସଚିନ୍ ପାଇଲଟଙ୍କ ପରିବାର ଗଡ କୁହଯାଏ । କହିବାକୁ ଗଲେ ପ୍ରଥମଥର ପାଇଁ ସଚିନ ପାଇଲଟ ଡାଉସା ଠାରୁ ସାଂସଦ ହୋଇଥିଲେ । ପରେ ସେ ଏଠାରୁ ନିର୍ବାଚନ ପାଇଁ ପ୍ରତିଯୋଗୀତାକୁ ବନ୍ଦ କରିଦେଇଥିଲେ, ହେଲେ ସେ ଏଠାକୁ ପରିଭ୍ରମଣ କରିବାକୁ ଆସନ୍ତି ଏବଂ ଲୋକ ମାନଙ୍କ ଅସୁବିଧା କଥା ବୁଝନ୍ତି । ପ୍ରକୃତରେ ରାଜେଶ ପାଇଲଟଙ୍କ ପିତା ରାଜେଶ ପାଇଲଟ କଂଗ୍ରେସର ଜଣେ ଶକ୍ତିଶାଳୀ ନେତା ଅଟନ୍ତି । ସେହିପରି ସଚିନଙ୍କ ମାଆ ମଧ୍ୟ ଏହି ଜିଲ୍ଲାର ସାଂସଦ ହୋଇଛନ୍ତି । ସେଥିପାଇଁ ଏହି କାରଣରୁ , ଡାଉସାରେ ଥିବା ଲୋକମାନଙ୍କ ସାଙ୍ଗେ ଏମାନଙ୍କ ଘନିଷ୍ଠ ସମ୍ପର୍କ ରହିଆସିଛି ।

ଭାରତ ଯୋଡଯାତ୍ରାର ୧୦୦ଦିନ ସମାପ୍ତ ହୋଇଛି । ୧୦୦ଦିନର ଶେଷ ହେବା ପରେ ଜୟପୁରର ନୂତନ କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରାହୁଲ ଗାନ୍ଧୀ କହିଛନ୍ତି ଯେ, “ବର୍ତ୍ତମାନ ଦେଶର ପରିସ୍ଥିତି ପାଇଁ କଂଗ୍ରେସ ଦଳର ଉପଯୋଗୀ ଅଛି । ବିଜେପି ଏବଂ ଆରଏସଏସର ବୃଦ୍ଧି କଂଗ୍ରେସକୁ ଏକ ନୂଆ ରୂପରେ ଉଭା ହେବାକୁ ସାହାଯ୍ୟ କରୁଛି । ଦଳକୁ ପରିବର୍ତ୍ତନ ସମୟ ସହ ଗତି କରିବାକୁ ପଡିବ । ବର୍ତ୍ତମାନ କଂଗ୍ରେସ ତଳ ମୁହାଁ ହେବାରେ ଲାଗିଛି । ମୁଁ କହୁନାହିଁ ଯେ, କଂଗ୍ରେସ କିଛି ଭୁଲ କରିନାହିଁ । ସେଥିପାଇଁ ଦେଶର ପରିସ୍ଥିତି ଅନୁସାରେ କଂଗ୍ରେସ ନିଜକୁ ନେଇ ଗତି କରୁଛି ।”

 

Get real time updates directly on you device, subscribe now.