NIT Rourkela ପକ୍ଷରୁ ବାହାରିଲା ୧୪୭ଟି ପଦବୀ: ଆରମ୍ଭ ହୋଇଗଲାଣି ଆବେଦନ ପ୍ରକ୍ରିୟା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି), ରାଉରକେଲା ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଲାଇବ୍ରେରିଆନ, ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର, ଡେପୁଟି ରେଜିଷ୍ଟ୍ରାର, ସୁପରିଟେଣ୍ଡିଂ ଇଞ୍ଜିନିୟର, ସିନିୟର ସାଇଣ୍ଟିଫିକ ଅଫିସର, ସିନିୟର ଏଗଜିକ୍ୟୁଟିଭ୍ ଇଞ୍ଜିନିୟର, ସାଇଣ୍ଟିଫିକ ଅଫିସର, ଏସଏଏସ, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, ମେଡିକାଲ ଅଫିସର ଆଦି ପଦବୀରେ ନିଯୁକ୍ତି ମିଳିବ ।

ମୋଟ ୧୪୭ଟି ପଦବୀ ଖାଲି ରହିଥିବା ବେଳେ ଡିସେମ୍ବର ମାସ ୧୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୧୬ ତାରିଖରେ ସମାପ୍ତ ହେବ । ଜାନୁଆରୀ ମାସ ୧୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଜେନେରାଲ / ଓବିସି ପ୍ରାର୍ଥୀଙ୍କ ପାଇଁ ଫିସ୍ ୧୦୦୦ ଟଙ୍କା ରହିଥିବା ବେଳେ ଇଡବ୍ଲ୍ୟୁଏସ / ଏସସି / ଏସଟି / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ରହିଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।

ପ୍ରାର୍ଥୀଙ୍କ ବୟସ ୨୦୨୨ ମସିହା ଡିସେମ୍ବର ମାସ ୩୦ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ବିଭିନ୍ନ ପଦବୀ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ପ୍ରାର୍ଥୀ ପ୍ରାସଙ୍ଗିକ ବିଭାଗରେ ଯୁକ୍ତଦୁଇ, ଡିଗ୍ରୀ/ ପିଜି ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://nitrkl.ac.in/Nonteaching/Login.aspx

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-NIT-Rourkela-Various-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.nitrkl.ac.in/