fbpx

(Video) ‘ମୁଁ କିଡନାପରକୁ ବାହା ହୋଇଗଲି…’ ପିତା ସାମ୍ନାରେ ଉଠାଇନେଇଥିବା ଝିଅ ଜାରି କରିଥିବା ଭିଡିଓରେ କଲା ଦାବି

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ପିତା ସାମ୍ନାରେ ହିଁ ତାଙ୍କ ଝିଅର କିଡନାପ୍ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଘଟଣାର ସୂଚନା ମିଳିବା ପରେ ପୋଲିସ ମଧ୍ୟ ଆକ୍ସନ ମୋଡକୁ ଚାଲିଆସିଛି । ଝିଅର ପିତାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ତେଲେଙ୍ଗାନାର ରାଜନ୍ନା ସିରସିଲା ଜିଲ୍ଲାରେ ଜଣେ ଝିଅ ତାଙ୍କ ପିତାଙ୍କ ସହ ମନ୍ଦିର ଯାଇଥିଲା । ଏହି ସମୟରେ କିଛି ଯୁବକ ତାଙ୍କ ପିଛା କରିଥିଲେ । ଅଭିଯୁକ୍ତଙ୍କୁ ଦେଖି ଝିଅଟି ଦୌଡ଼ିବାକୁ ଆରମ୍ଭ କରିଥିଲା, କିନ୍ତୁ ସେମାନେ ତାକୁ ଉଠାଇ ନେଇ କାରରେ ଜବରଦସ୍ତି ପୂରାଇଦେଇଥିଲେ ।

ସିସିଟିଭରେ ଦେଖିବାକୁ ମିଳିଛି କି, ୪ ଜଣ ବ୍ୟକ୍ତି ଏକ କାରରେ ଆସି ସେଠାରେ ପହଞ୍ଚିଥିଲେ । ୨ ଜଣ ସେଥିରୁ ବାହାରକୁ ଆସିଥିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ଝିଅକୁ ଜବରଦସ୍ତି କାରରେ ବସାଇଥିଲା । ସେହି ସମୟରେ ଅନ୍ୟ ଜଣେ ଝିଅର ପିତାଙ୍କୁ ଧରିପକାଇଥିଲା । ଏହା ପରେ ୨ ଅଭିଯୁକ୍ତ କାରରେ ବସିପଡ଼ି ସେଠାରୁ ଚାଲିଯାଇଥିଲେ । ଝିଅର ପିତା କାର ପଛରେ ଧାଇଁଥିଲେ ହେଁ କାରଟି ଦ୍ରୁତ ଗତିରେ ସେଠାରୁ ଚାଲିଯାଇଥିଲା ।

ଏହି ମାମଲାରେ ଆଉ ଏକ ଟ୍ୱିଷ୍ଟ୍ ଆସିଛି । ଏକ ଭିଡିଓ ଜାରି ହୋଇଛି, ଯେଉଁଥିରେ ପୀଡିତା ଦାବି କରିଛନ୍ତି ଯେ ସେ କିଡନାପର ସହ ବିବାହ କରିସାରିଛନ୍ତି । ଏହି ମାମଲାରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ପୀଡିତା କହିଛନ୍ତି ଯେ, ଆମ ବାହାଘର ବର୍ଷେ ପୂର୍ବରୁ ହୋଇଥିଲା । ସେତେବେଳେ ମୁଁ ନାବାଳିକା ଥିବାରୁ ମୋ ପିତା-ମାତା ଏ ବିବାହକୁ ସ୍ୱୀକୃତି ଦେଇନଥିଲେ । ପରିବାର ଲୋକେ ମୋ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଏବେ ମୋତେ ୧୮ ବର୍ଷ ହୋଇଥିବାରୁ ଆମେ ବିବାହ କରିଛୁ ।

ଏହା ସହ ଝିଅ କହିଛି କି, ‘ମୋ ସ୍ୱାମୀ ଦଳିତ ହୋଇଥିବାରୁ ମୋ ପରିବାର ଲୋକ ଏବେ ବି ବାହାଘରକୁ ବିରୋଧ କରୁଛନ୍ତି ।’ଅନ୍ୟପଟେ ପିତାଙ୍କ ଅଭିଯୋଗ ଅନୁସାରେ ପୋଲିସ ଘଟଣାର ତଦନ୍ତ କରୁଛି । ଖୁବଶୀଘ୍ର ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.