fbpx

Age of Virus: କରୋନା ଭାଇରସର ପ୍ରକୃତ ବୟସ କେତେ, ଏହା କ’ଣ କେବେ ବି ମରିବନି, ତିନି ବର୍ଷ ପରେ ପୁଣି କେମିତି ଜୀବିତ ହେଲା

ନୂଆଦିଲ୍ଲୀ: ପୁରି ସାରା ବିଶ୍ୱକୁ ଫେରିଛି କରୋନା । ଅତୀତରେ ପାଖାପାଖି ତିନିବର୍ଷ କାଳ ସାରା ବିଶ୍ୱକୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ କରାଇବା ପରେ ଏବେ ପୁଣି ଥରେ କଡ଼ ଲେଉଟାଇଛି । ଚୀନ ସମେତ ୧୦ରୁ ଅଧିକ ଦେଶରେ ଏବେ କରୋନା ମୃତ୍ୟୁସଂଖ୍ୟା ଓ ସଂକ୍ରମଣ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ତେଣୁ ଭାଇରସର ପ୍ରକୃତ ବୟସ କେତେ, ଏହା କ’ଣ କେବେ ବି ମରିବନି, ଏହା କିପରି ସୃଷ୍ଟି ହୁଏ, କେଉଁ ସ୍ଥାନରୁ ଉତ୍ପତ୍ତି ଲାଭ କରେ ଏପରି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହେଉଛି ।

ପାଖାପାଖି ୩୫୦ କୋଟି ବର୍ଷ ପୂର୍ବରୁ ଭାଇରସ ମଣିଷ ଶରୀରରୁ ପ୍ରଥମେ ଧରିତ୍ରୀ ପୃଷ୍ଠକୁ ଆସିଥିଲେ । ଆଜି ପର୍ଯ୍ୟନ୍ତ ବି ଭାଇରସ୍ ବଞ୍ଚି ରହିଛନ୍ତି । କହିବାକୁ ଗଲେ ଭାଇରସ ଏକପ୍ରକାରର ଅମର । ଭାଇରସର ଜେନେଟିକ ମ୍ୟାଟେରିଆଲ ମଣିଷର ଡିଏନଏରେ ରହିଛି । ମଣିଷର ଜିନୋମର ୧୦ ପ୍ରତିଶତ ଅଂଶ ଭାଇରସର ଜେନେଟିକ ମ୍ୟାଟେରିଆଲରୁ ତିଆରି ହୋଇଥାଏ । ଧରିତ୍ରୀ ବକ୍ଷରେ ରହିଥିବା ଅଧିକାଂଶ ଜୀବଙ୍କ ଉପରେ ଏହି ଭାଇରସ୍ ଆକ୍ରମଣ କରିପାରେ । ସେମାନଙ୍କ ମଧ୍ୟରେ ଛୋଟ ବ୍ୟାକ୍ଟେରିଆ, ବୃକ୍ଷଲତା, ମଣିଷ, ପଶୁ ଆଦି ରହିଛନ୍ତି ।

ବର୍ତ୍ତମାନ ସମୟରେ କରୋନା ଭାଇରସ୍ ସାରା ଦୁନିଆର ପ୍ରତ୍ୟେକ ଘରେ ଏକ ମୁଖ୍ୟ ସମସ୍ୟା ପାଲଟି ଯାଇଛି । ଏହି ଭାଇରସକୁ ଗୁଗଲରେ ସେଲିବ୍ରେଟିଙ୍କଠାରୁ ମଧ୍ୟ ଅଧିକ ସର୍ଚ୍ଚ କରାଯାଇଥାଏ । ଏହି ଭାଇରସ୍ ସମୟ ଅନୁସାରେ ନିଜର ରୂପ ବଦଳାଇଥାଏ । ଏହା ଶରୀରର ଯେ କୌଣସି ଅଙ୍ଗରେ ନୂଆ ନୂଆ ଭାରିଆଣ୍ଟ ଓ ସବ୍ ଭାରିଆଣ୍ଟ ସୃଷ୍ଟି କରିଥାଏ ।

ପ୍ରତ୍ୟେକ ଭାଇରାସର ଚାରିପଟେ ଏକ ପ୍ରୋଟିର ସ୍ତର ରହିଥାଏ । ପୃଥିବୀ ସୃଷ୍ଟି ହେବା ପରେ ପ୍ରଥମ ଭାଇରସ୍ ହାଇପୋଥେସିସ୍ ତିଆରି ହୋଇଥିଲା । ତା’ପରେ ରିଗ୍ରେସନ ହାଇପୋଥେସିସ ଓ ତା’ପରେ ଏସକେପଡ୍ ହାଇପୋଥେସିସ୍ ସୃଷ୍ଟି ହୋଇଥିଲା । ନିଜର କ୍ଲୋନ ବା ଭାରିଆଣ୍ଟ ତିଆରି କରିବା ପାଇଁ ସଂକ୍ରମଣ ବିସ୍ତାର କରିବା ହେଉଛି ଭାଇରସର ସାଧାରଣ ବ୍ୟବହାର । ଭାଇରସଙ୍କ ଦୁନିଆ ସାଧାରଣ ଠାରୁ ସମ୍ପୂଣର୍ଣ ଅଲଗା । ଏମାନଙ୍କର ଦୁନିଆର ଅନ୍ୟ ବାୟୋଲୋଜିକାଲ ଜୀବନଙ୍କଠାରୁ ଅଲଗା ହୋଇଥାଏ ।

ବାସ୍ତବରେ, କୌଣସି ବ୍ୟକ୍ତିଙ୍କ କାଶ ବା ଛିଙ୍କ ମାଧ୍ୟମରେ ଭାଇରସ୍ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରେ । କିଛିଦିନ ପରେ ଉକ୍ତ ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାନ୍ତି । ତା’ପରେ ତାଙ୍କ ଶରୀରରେ ଭାଇରସ୍ ନୂଆ ଭାରିଆଣ୍ଟ ସୃଷ୍ଟି କରିଥାଏ ବା ପୁରୁଣା ସ୍ୱରୂପକୁ ବିସ୍ତାର କରିଥାଏ । ସେଥିପାଇଁ ପ୍ରତ୍ୟେକ ବର୍ଷ ଇନଫ୍ଲୁଏନଜାର ଭ୍ୟାକ୍ସିନର ଅପଡେଟ୍ କରାଯାଇଥାଏ । କାରଣ ତା’ର ଭାଇରସ ପ୍ରତ୍ୟେକ ବର୍ଷ ପରିବର୍ତ୍ତନ ହୋଇଥାଏ ।

ଭାଇରସ୍ ମଣିଷ ପରି କୌଣସି ପ୍ରକାରର ମେଟାବୋଲିକ ପ୍ରୋସେସ କରେ ନାହିଁ । ତା’ ପାଖରେ ରାଇବୋସୋମ୍ସ କି ମେସେଞ୍ଜର ଆରଏନଏ ନଥାଏ । ସେ ନିଜଠାରୁ ମେସେଞ୍ଜର ଆରଏନଏ ନେଇ ପ୍ରୋଟିନ କବର ତିଆରି କରିପାରି ନଥାଏ । ଏହି ସୀମାରେ ରହିବା କାରଣରୁ ଭାଇରସ କୌଣସି ହୋଷ୍ଟ ସେଲରେ ନିଜର ରେପ୍ଲିକେଟ କରିନେଇଥାଏ । ଅର୍ଥାତ ବାୟୋଲୋଜିକାଲ ପରିଭାଷାରେ ଭାଇରସକୁ ଏ କ୍ଷେତ୍ରରେ ଜୀବିତ ବୋଲି କୁହାଯିବ ନାହିଁ ।

ଭାଇରସ କୌଣସି ହୋଷ୍ଟ ସେଲରେ ନିଜର ନକଲ କରିବା କାରଣରୁ ତାହାକୁ ପ୍ୟାରେଣ୍ଟଲ ଭାଇରସ ବା ଭିରିଅନ୍ କୁହାଯାଇଥାଏ । ଏହି ଭାଇରସ ନିଜର ସ୍ୱରୂପକୁ ସୃଷ୍ଟି କରିଥାଏ, ଯାହାକି ଜେନେଟିକାଲୀ ଓ ଆକାର-ଆକୃତିରେ ସମାନ ଧରଣର ହୋଇଥାଏ । ଯେଉଁ ନୂଆ ଭାଇରସ୍ ଜନ୍ମ ନେଇଥାଏ, ତାହା ପ୍ୟାରେଣ୍ଟଲ ଭାଇରସ ସମକକ୍ଷ ହୋଇ ବାହାରୁ ଓ ଭିତରୁ ଦେଖିବାକୁ ଏକାପରି ହୋଇଥାଏ । ଯେ ପର୍ଯ୍ୟନ୍ତ ଭାଇରସ୍ ମଣିଷର ଶରୀରରେ ନକଲ କରିଚାଲିଥିବ, ସେ ପର୍ଯ୍ୟନ୍ତ ନୂଆ ନୂଆ ଭାରିଆଣ୍ଟ ଆସୁଥିବେ ଓ ସଂକ୍ରମଣ ବଢ଼ି ଚାଲିଥିବ ।

Get real time updates directly on you device, subscribe now.