fbpx

ବିମାନବନ୍ଦରରେ ଆଜି ଠାରୁ ସାମ୍ପୁଲ ଟେଷ୍ଟ;ଆସିବ ନୂତନ ବର୍ଷ ପାଇଁ କୋଭିଡ ଗାଇଡ ଲାଇନ!

ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା ଆତଙ୍କ । ଚୀନରେ କ୍ରମାଗତ ଭାବେ କୋଭିଡ କେସ ବୃଦ୍ଧି ପାଉଥିବା ବେଳେ ଏବେ ଭାରତରେ ମଧ୍ୟ କୋଭିଡର ନୂଆ ଭାରିଆଣ୍ଟ ଦେଖିବାକୁ ମିଳିଛି ।କେବଳ ଏତିକି ନୁହେଁ ରାଜ୍ୟରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ପାଖରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଯାହାଫଳରେ ଏବେ ସ୍ୱାସ୍ଥ୍ୟ ବିଭାଗ ତାର ତତ୍ପରତା ଦେଖାଇଛି । ଏଥିପାଇଁ ଏକ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ଆଜି ଠାରୁ ବିମାନବନ୍ଦରରେ ସାମ୍ପୁଲ ଟେଷ୍ଟ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।ଆଜି ଠାରୁ ବିମାନବନ୍ଦରରେ ଅର୍ନ୍ତଜାତୀୟ ଯାତ୍ରୀ ମାନଙ୍କ ସାମ୍ପୁଲ ଟେଷ୍ଟ କରାଯିବ । ଯଦି ଯାତ୍ରୀ ମାନଙ୍କ ଠାରେ ଜୀବାଣୁ ଚିହ୍ନଟ ହୁଏ ତେବେ ତାଙ୍କୁ ଅଲଗା ରଖାଯିବ ।

ସୂଚନାମୁତାବକ ଜାରି ହୋଇଥିବା ବିଜ୍ଞପ୍ତିରେ ଏହା ପ୍ରକାଶ କରାଯାଇଛି ଯେ ଭିଡ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ପିନ୍ଧିବାକୁ ପଡିବ । ତେବେ ସଂକ୍ରମଣର ଭୟ ଟଳିଥିବାରୁ କୋଭିଡ କଟକଣା ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଥିଲା । କିନ୍ତୁ ଆଗକୁ ଯେହେତୁ ନୂତନବର୍ଷ ରହିଛି ତେବେ ଭୋଜି ପାଇଁ ଭିଡ ମଧ୍ୟ ହୋଇପାରେ । ତେବେ ବର୍ତ୍ତମାନର ସ୍ଥିତି ଦେଖି ଲାଗୁଛି ସରକାର ପୂଣି କିଛି ନୂତନ ଗାଇଡ ଲାଇନ ଜାରି କରି ପାରନ୍ତି ।

Get real time updates directly on you device, subscribe now.