fbpx

ଶୀତ ଯୋଗୁଁ ବଦଳିଲା ସ୍କୁଲ ଖୋଲିବା ସମୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବୁଧବାର ସକାଳେ ଘନ କୁହୁଡ଼ି ହୋଇଥିବା ବେଳେ ପାରଦ କମିବାରେ ଲାଗିଛି । ଲୋକଙ୍କୁ ଅଧିକ ଥଣ୍ଡାର ସାମ୍ନା କରିବାକୁ ପଡ଼ୁଛି । ଶୀତ ଲହରୀକୁ ଦୃଷ୍ଟିରେ ରଖି ଲଖନଉ ଜିଲ୍ଲା ପ୍ରଶାସନ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ପୂର୍ବହ୍ନ ୧୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ରାଜ୍ୟର ପୂର୍ବ ଭାଗର ଅଧିକାଂଶ ଅଞ୍ଚଳ ସକାଳେ କୁହୁଡିରେ ଆଚ୍ଛାଦିତ ହୋଇଥିଲା ।ଗତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ହ୍ରାସ ପାଇଥିବା ମଧ୍ୟ ରେକର୍ଡ କରାଯାଇଥିଲା ।

ଏହାରି ମଧ୍ୟରେ ଲଖନଉର ଜିଲ୍ଲାଧିକାରୀ ସୂର୍ଯ୍ୟପାଳ ଗଙ୍ଗୱାର ଶୀତ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରିଷଦ, ସହାୟକ ତଥା ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ସମେତ ସମସ୍ତ ବୋର୍ଡ ସ୍କୁଲ ପୂର୍ବାହ୍ନ ୧୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମହାରାଜଗଞ୍ଜ, ସିଦ୍ଧାର୍ଥନଗର, ଗୋରଖପୁର, କୁସିନାଗର, ଦେଓରିଆ, ସାନ୍ତକବୀରନଗର, ସାହାରନପୁର, ମୁଜାଫରନଗର, ଆମ୍ରୋହା ଏବଂ ବିଜନୋରରେ ସକାଳ ଓ ସନ୍ଧ୍ୟାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ।

ଏହା ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ କୁହୁଡ଼ି ହେବାର ସମ୍ଭାବନା ରହିଛି । ଏହି ସମୟରେ ଶୀତରୁ ମୁକ୍ତି ପାଇବାର କୌଣସି ସମ୍ଭାବନା ନାହିଁ । କୁହୁଡି ଯୋଗୁଁ ଜୀବନ ବହୁତ ପ୍ରଭାବିତ ହୋଇଛି । ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ବସ୍ ଚଳାଚଳ ସମ୍ପର୍କରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପରିବହନ ମନ୍ତ୍ରୀ ଦିନଶଙ୍କର ସିଂଙ୍କ ଅନୁଯାୟୀ, ଘନ କୁହୁଡ଼ି ପଡ଼ିବା ପରେ ପରିବହନ ନିଗମର ବରିଷ୍ଠ ଅଧିକାରୀଙ୍କୁ ରାତି ବସ ସେବା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ସୂତ୍ର ଅନୁଯାୟୀ, ରାଜ୍ୟରେ ଘନ କୁହୁଡ଼ି ହେତୁ ଅନେକ ଦୂର ଦୂରଗାମୀ ଟ୍ରେନ୍ ଅନେକ ଘଣ୍ଟା ବିଳମ୍ବରେ ଚାଲୁଛି ।

Get real time updates directly on you device, subscribe now.