fbpx

ହକି ମହାକୁମ୍ଭ ପାଇଁ ୪ଜଣ ଓଏଏସ ଅଫିସରଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଯାହାପାଇଁ ରାଜ୍ୟ ସରକାରଙ୍କ ଆଖିରୁ ନିଦ ହଜିଯାଇଛି । ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ସମସ୍ତଙ୍କ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ସେପଟେ ରାଜ୍ୟ ସରକାର ହକି ପାଇଁ ୪ଜଣ ଓଏଏସଙ୍କୁ ଦାୟିତ୍ୱ ଦିଆଯାଇଛି ।

 

ହକି ବିଶ୍ୱକପ ପାଇଁ ୪ଜଣ ଓଏଏସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । କିପରି ସଠିକ ଭାବରେ ହକି ବିଶ୍ୱକପର ଦାୟିତ୍ୱ ପରିଚାଳନା ହୋଇ ପାରିବ ସେଥିପାଇଁ ସରକାର ଏହି ଦାୟିତ୍ୱ ବାଣ୍ଟିଛନ୍ତି ।ତେବେ ଏହି ୪ଜଣ ଅଫିସା ହେଉଛନ୍ତି ବାଦଲ କୁମାର ମହାନ୍ତି, ସମ୍ବିତ କୁମାର ଗଡନାୟକ,ଯୋଗେନ୍ଦ୍ର ମାଝି ଆଉ ଶାଶ୍ୱତ ପ୍ରଧାନ । ଏହା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.