fbpx

(VIDEO)ପାଣି ପିଇବା ପରେ ବୋତଲ ଫୋପାଡ଼ି ଦେଉଛନ୍ତି କି? ଏବେ ପାଣି ପିଇବା ପରେ ଖାଇବାକୁ ପଡିବ ବୋତଲ

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ବାହାକୁ ଯିବା ସମୟରେ ନିଶ୍ଚିତ ଭାବରେ ପାଣି ବୋତଲ କିଣିଥିବେ । ଏଥିସହିତ ପାଣି ସରିବା ପରେ ବୋତଲକୁ ମଧ୍ୟ ଫୋପାଡି ଦେଇଥାନ୍ତି । କାରଣ ଏହା ଆପଣଙ୍କର କୌଣସି କାମରେ ଆସିନଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ ହେବେ ଯେ ଏବେ ପାଣି ପିଇ ସାରିବା ପରେ ବୋତଲକୁ ଫୋପାଡିବାକୁ ପଡିବ ନାହିଁ ବରଂ ଏହାକୁ ଆପଣ ଖାଇପାରିବେ । ତେବେ କଥାଟି ଅଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ହିଁ ସତ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ବୋତଲ ବିଷୟରେ…

ତେବେ ମିଳିଥିବା ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆର ୧୨ ବର୍ଷର ଯୁବତୀ ମାଡିସନ୍ ଚେକେଟ୍ସ ଏମିତି ଏକ ପାଣି ବୋତଲ ବାହାର କରିଛନ୍ତି । ଯାହା ଜଳ ସ୍ରୋତରୁ ହେଉଥିବା ପ୍ରଦୂଷଣର ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ସେ ଏଭଳି ପାଣି ବୋତଲ ପ୍ରସ୍ତୁତ କରିଛନ୍ତି । ଯାହାକୁ ଆପଣ ନଫୋପାଡି ଖାଇପାରିବେ । ସୂଚନା ଅନୁସାରେ ମାଡିସନ୍ ପ୍ରତିବର୍ଷ ଛୁଟିରେ ଏସ୍କୋନଡିଡୋ ସମୁଦ୍ର କୂଳକୁ ଯାଉଥିଲେ । ସେଠାରେ ପ୍ଲାଷ୍ଟିକ ବୋତଲ ପଡିଥିବାର ଦେଖି ସେ ବହୁତ ଦୁଃଖି ହେଉଥିଲେ । ଏନେଇ ସେ ପ୍ଲାଷ୍ଟିକ୍ ଉପରେ ଗବେଷଣା କଲେ ଏବଂ ଇକୋ-ହିରୋ ପ୍ରୋଜେକ୍ଟ ଉପରେ କାମ କଲେ । ଏହାପରେ ଜିଲେଟିନ୍ ପ୍ରୟୋଗରେ ସେ ଏହି ଖାଇବା ବୋତଲ ପ୍ରସ୍ତୁତ କଲେ ।

ତେବେ ମାଡିସନଙ୍କର ଏହି ପ୍ରୋଜେକ୍ଟକୁ ଉଟାର ଚର୍ଚ୍ଚିତ ଷ୍ଟେମ୍ ଫିଲ୍ମର ପ୍ରତିଯୋଗିତା ୨୦୨୨ରେ ବ୍ରଡ୍କମ୍ ମାଷ୍ଟର୍ସ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ମିଳିଛି । ଏବେ ସେ ନିଜ ପ୍ରୋଜେକ୍ଟ ‘ଇକୋ-ହିରୋ’କୁ ଜାତୀୟ ସ୍ତରର ପ୍ରତିଯୋଗିତାରେ ଉପସ୍ଥାପନ କରିବେ । ପ୍ରାରମ୍ଭିକ ଅନୁସନ୍ଧାନରେ ମାଡିସନ୍ ଜାଣିବାକୁ ପାଇଲେ ଯେ ପାଣି ବୋତଲକୁ ଥରେ ମାତ୍ର ବ୍ୟବହାର କରିବା ହିସାବରେ ଡିଜାଇନ୍ କରାଯାଇଛି । ତେବେଏହାକୁ ଅନୁମାନ କରାଗଲେ ଆମେରିକାରେ ପ୍ରତିବର୍ଷ ପାଖାପାଖି ୩୦୦ କରୋଡ ପାଣି ବୋତଲ ବ୍ୟବହାର ହେଉଛି । ଆଉ ବ୍ୟବହାର କରିବା ପରେ ଏହାକୁ ଫିଙ୍ଗି ଦିଆଯାଉଛି । ଯେଉଁଥିପାଇଁ ପ୍ରଦୁଷଣ ବୃଦ୍ଧି ପାଉଛି ।

ପ୍ଲାଷ୍ଟିକ୍ ବୋତଲ ଗୁଡିକ ଆବର୍ଜନା ରୂପେ ନଦୀରେ ପହଁଚି ପାଣିକୁ ଦୂଷିତ କରୁଛି । ଯାହାକୁ ଦୃଷ୍ଟିରେ ରଖି ୧୨ ବର୍ଷର ଯୁବତୀ ମାଡିସନ୍ ଚେକେଟ୍ସ ଇକୋ-ରିଟ୍ରେଟ୍ ପାଣି ବୋତଲ ଆବିଷ୍କାର କରିଛନ୍ତି । ଫଳରେ ଲୋକେ ପାଣି ପିଇବା ପରେ ଏହାକୁ ନ ଫୋଫାଡି ଖାଇ ପାରିବେ । ତେବେ ଏହି ପାଣି ବୋତଲକୁ ପ୍ରସ୍ତୁତ କରିବା ପାଇଁ ମାଡିସନ୍ ଚେକେଟ୍ସଙ୍କୁ ପ୍ରାୟ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।

Get real time updates directly on you device, subscribe now.