ଟିଭି ଅଭିନେତ୍ରୀ ଉର୍ଫିଙ୍କୁ ରେପ୍ ଓ ହତ୍ୟା ଧମକ: ଅଭିଯୁକ୍ତ ଯୁବକକୁ ବାନ୍ଧିଲା ପୋଲିସ

ମୁମ୍ବାଇ: ଟିଭି ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ରେପ୍ ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏନେଇ ବୁଧବାର ଦିନ ମୁମ୍ବାଇ ପୋଲିସ ସୂଚନା ଦେଇଛି । ଯୁବକଙ୍କ ବିରୋଧରେ ସେକ୍ସସୁଆଲ ହାରାସମେଣ୍ଟ, କ୍ରିମିନାଲ ଇଣ୍ଟିମିଡେସନ ଆଧାରରେ ମାମଲା ରୁଜ୍ଜୁ କରିଛି ପୋଲିସ ।

ସୂଚନା ଅନୁସାରେ, ନିଜର ବୋଲ୍ଡନେସ ପାଇଁ ଚର୍ଚ୍ଚାରେ ଥିବା ବଲିଉଡ୍ ଅଭିନେତ୍ରୀ ଉର୍ଫିଙ୍କୁ ଏଭଳି ଧମକ ମିଳିଛି । ନବୀନ ଗିରି ନାମକ ଯୁବକ ଏପରି ଧମକ ଦେଇଥିବା ମୁମ୍ବାଇ ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଛି । ନବୀନଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।

ମୁମ୍ବାଇର ନବୀନ ଗିରି ନାମକ ଯୁବକ ହ୍ୱାଟସ୍ଆପ୍ରେ ଉର୍ଫିଙ୍କୁ ରେପ୍ କରିବାର ଧମକ ଦେଇଥିଲା । ଏହା ସହ ତାଙ୍କୁ ଜୀବନରୁ ମାରିଦେବେ ବୋଲି ହ୍ୱାଟସ୍ଆପ୍ ମେସେଜରେ ଲେଖିଥିଲା । ଏନେଇ ଅଭିଯୋଗ ଆସିବାପରେ ଯୁବକଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲା ମୁମ୍ବାଇ ପୋଲିସ । ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।