fbpx

୨୦୨୨ ପାଇଁ ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଜାଣନ୍ତୁ କାହାକୁ ମିଳିବ ଆୱାର୍ଡ?

ନୂଆଦିଲ୍ଲୀ: ୨୦୨୨ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୩ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । କବୟତ୍ରୀ ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । କବିତା ସଙ୍କଳନ ‘ଦୟାନଦୀ’ ପାଇଁ ଗାୟତ୍ରୀବାଳାଙ୍କୁ ଏହି ପୁରସ୍କାର ମିଳିବ ।

ଏହା ସହ ହିନ୍ଦୀ ପାଇଁ ବଦ୍ରୀ ନାରାୟଣଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ । ବଦ୍ରୀ ନାରାୟଣ ହିନ୍ଦୀର ଜଣେ ପ୍ରସିଦ୍ଧ କବି । ତାଙ୍କୁ ହିନ୍ଦୀ କବିତାରେ ନିଜର ବିଶିଷ୍ଟ ଯୋଗଦାନ କାରଣରୁ କେଦାର ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।

ଏହା ବ୍ୟତୀତ ଇଂରାଜୀ ପାଇଁ ଅନୁରାଧା ରାୟଙ୍କୁ ଓ ଉର୍ଦ୍ଦୁ ପାଇଁ ଅନିସ୍ ଆଶଫାକଙ୍କୁ ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । ଏକାଡେମୀ ସଚିବ କେ. ଶ୍ରୀନିବାସା ରାଓ ଏ ବିଷୟରେ ସୂଚନା ଦେଇଛନ୍ତି । ୨୩ ଟି ଭାଷା ପାଇଁ ଘୋଷିତ ଏହି ପୁରସ୍କାରଗୁଡ଼ିକରେ ସାତୋଟି କବିତା ସଂଗ୍ରହ, ୬ଟି ଉପନ୍ୟାସ, ଦୁଇଟି କାହାଣୀ ସଂଗ୍ରହ, ଦୁଇଟି ସାହିତ୍ୟ ସମାଲୋଚନା, ତିନୋଟି ନାଟକ ଏବଂ ଗୋଟିଏ ଆତ୍ମଜୀବନୀ ସାମିଲ ରହିଛି ।

Get real time updates directly on you device, subscribe now.