fbpx

(Video) ଝରଣାରେ ଅଚାନକ୍ ବନ୍ୟା ଆସିବାରୁ ଭାସିଗଲେ ଡଜନେ ଲୋକ: କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକଥର ଏପରି କିଛି ଭିଡିଓ ଭୟଙ୍କର ଘଟଣାର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆପଣଙ୍କର ବି ଲୋକ ଟାଙ୍କୁରି ଯିବ । ଏପରି ଅନେକ ଭିଡିଓ ଇଣ୍ଟରନେଟରେ ରହିଛି, ଯେଉଁଠାରେ ଲୋକମାନେ ଭିଡିଓ କରିବାକୁ ଜୀବନକୁ ବିପଦରେ ପକାନ୍ତି । ଏପରି ଏକ ଭିଡିଓ ନିକଟରେ ଇଣ୍ଟରନେଟରେ ଭାଇରାଲ ହୋଇଛି, ଯେଉଁଠାରେ କିଛି ପର୍ଯ୍ୟଟକ ବନ୍ୟାରେ ଭାସୁଥିବା ନଜର ଆସିଛନ୍ତି । ଭିଡିଓ ଦେଖି ଲୋକଙ୍କର ହୋସ୍ ଉଡିଯାଇଛି ।

ଭାଇରାଲ ହେଉଥିବା ଭିଡିଓଟି ୨୦୨୧ରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା, ଯାହା ଆଜିକାଲି ଇଣ୍ଟରନେଟରେ ଭାଇରାଲ ହେଉଛି । ଟ୍ୱିଟରରେ ଏହି ଭିଡିଓକୁ “Tansu Yegen” ନାମକ ଆଇଡିରୁ ସେୟାର କରାଯାଇଛି । ଭାଇରାଲ ଭିଡିଓରେ ଫିଲିପିନ୍ସର ଝରଣାରେ ପର୍ଯ୍ୟଟକମାନେ ବନ୍ୟାରେ ଭାସୁଥିବା ଦେଖିବାକୁ ମିଳିଛି, ଯାହାକୁ ଦେଖି ଯେକୌଣସି ଲୋକ ବି କମ୍ପି ଉଠିବ ।

ଭାଇରାଲ ଭିଡିଓରେ କିଛି ପୁରୁଷ ଓ ମହିଳାମାନେ ଝରଣାର ତଳେ ବସି ତାହାର ଆନନ୍ଦ ନେଉଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ କ’ଣ ହେବ, ସେନେଇ ତାଙ୍କର କିଛି ଧାରଣା ବି ନଥିଲା । କିଛି ସେକେଣ୍ଡ ଭିତରେ ପାଣିର ତୀବ୍ରତା ବଢ଼ିଯାଇଥିଲା ଓ ସେଥିରେ ପର୍ଯ୍ୟଟକମାନେ ଭାସିବାକୁ ଲାଗିଲେ ।୨/୪ ଲୋକଙ୍କ ଛାଡ଼ି ବାକୁ ସବୁ ଏହି ବନ୍ୟାରେ ଭାସିବାକୁ ଲାଗିଥିଲେ । ଦେଖନ୍ତୁ ଏହାର ଭିଡିଓ…

Get real time updates directly on you device, subscribe now.