fbpx

New Year-2023 ଆରମ୍ଭରୁ ଏହି ୧୦ଟି ସ୍କିମରେ ନିବେଶ କରନ୍ତୁ: ଭବିଷ୍ୟତରେ ଆପଣ ହୋଇଯିବେ ମାଲାମାଲ୍

ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଆମେ ସମସ୍ତେ ନୂଆବର୍ଷ-୨୦୨୩ରେ ପାଦଦେବା । ତେବେ ନୂଆ ବର୍ଷରେ ନୂଆ ସଂକଳ୍ପ ନେଇ ଆଗକୁ ବଢ଼ିବାକୁ ସମସ୍ତଙ୍କର ସ୍ୱପ୍ନ ଥାଏ । ଏଭଳି ସ୍ଥିତିରେ ଆପଣମାନେ କିଛି ଭଲ ସ୍କିମରେ ନିବେଶ କରି ନିଜର ଭବିଷ୍ୟତକୁ ସୁଖମୟ କରିପାରିବେ । ଆପଣମାନେ ଏଭଳି ୧୦ଟି ଯୋଜନାରେ ସ୍ମାର୍ଟ ଇନଭେଷ୍ଟ କରିବା ନିହାତ ଦରକାର ।

୧- ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ହେଉଛି ନିବେଶର ଏକ ଭଲ ବିକଳ୍ପ । ଆପଣ ଏଥିରେ ପ୍ରତ୍ୟେକ ବର୍ଷ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ନିବେଶ କରିପାରିବେ, ଯାହାକି ୧୫ ବର୍ଷ ପର୍ଯ୍ୟନ୍ତ କରାଯାଇଥାଏ । ଏଥିରେ ପଇସା ରଖିବା ଦ୍ୱାରା ଆପଣ ଇନକମ ଟ୍ୟାକ୍ସ ଧାରା ୮୦ସି ଅନୁଯାୟୀ ଟ୍ୟାକ୍ସ ଛାଡ଼ ପାଇପାରିବେ ଓ ଏହାର ସୁଧ ମଧ୍ୟ ଟ୍ୟାକ୍ସ ଫ୍ରି ହୋଇଥାଏ ।

୨- ଆପଣ ନିଜ ଝିଅ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରି ବାର୍ଷିକ ୭.୧ ପ୍ରତିଶତ ସୁଧ ପାଇପାରିବେ । ଏଥିରେ ଆପଣ ରେଗୁଲାର ଇନଭେଷ୍ଟ କରି ଆପଣଙ୍କର ସନ୍ତାନର ଭବିଷ୍ୟତର ପଢ଼ା ଓ ବିବାହ ପାଇଁ ଫଣ୍ଡ ସୁରକ୍ଷିତ ରଖିପାରିବେ ।

୩- ରେଗୁଲାର ଇନଭେଷ୍ଟ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡ ଏକ ଶାନଦାର ଅପ୍ସନ । ଏଥିରେ ଲୋକଙ୍କର ଅର୍ଥକୁ ଅଲଗା ଅଲଗା ଜାଗାରେ କମ୍ପାନୀ ଇନଭେଷ୍ଟ କରିଥାଏ, ଯେଉଁଥିପାଇଁ କି ଜଣେ ଫଣ୍ଡ ମ୍ୟାନେଜର ରହିଥାନ୍ତି । ସେ ଆପଣଙ୍କ ଅର୍ଥକୁ ମ୍ୟାନେଜମେଣ୍ଟ କରିଥାନ୍ତି, ଯାହାଦ୍ୱାରା କି ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିଥାଏ ।

୪- ଯଦି ଆପଣ ରିସ୍କ ନେବାକୁ ଡରନ୍ତି ନାହିଁ, ତେବେ ଷ୍ଟକ ମାର୍କେଟରେ ନିବେଶ ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ । ଆପଣ ଲମ୍ବା ଅବଧି ପାଇଁ ଷ୍ଟକରେ ଇନଭେଷ୍ଟ କରି ଏଥିରୁ ଭଲ ରିଟର୍ଣ୍ଣ ପାଇପାରିବେ ବୋଲି ଫାଇନାନ୍ସିଆଲ ଏକ୍ସପର୍ଟମାନେ ମତ ଦେଇଛନ୍ତି ।

୫- ରିୟଲ ଇଷ୍ଟେଟରେ ନିବେଶ କରିବା ହେଉଛି ଏକ ଭଲ ଲାଭଜନକ ଉପାୟ । ଥରେ ପ୍ରପର୍ଟି କିଣିଲେ ଭବିଷ୍ୟତରେ କେବେ ବି ତାହାର ଭାଲ୍ୟୁ କମି ନଥାଏ । ଦିନକୁ ଦିନ ପ୍ରପର୍ଟିର ଭାଲ୍ୟୁ ବୃଦ୍ଧି ପାଉଥିବାରୁ ଆପଣ ରିୟଲ ଇଷ୍ଟେଟ ଆସେଟ୍ସରେ ପଇସା ଲଗାଇ ପାରିବେ ।

୬- ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ) ହେଉଛି ଭାରତ ସରକାରଙ୍କର ଏକ ସ୍କିମ । ଏହା ଏକ ଅବସରକାଳୀନ ସ୍ମିମ । ଏହା ଏକ ପ୍ରକାର ପେନସନ କମ୍ ଇନଭେଷ୍ଟ ସ୍ମିମ ଅଟେ, ଯାହାକି ବଜାର ଆଧାରରେ ରିଟର୍ଣ୍ଣ ଦେଇଥାଏ । ଦେଶର ନାଗରିକଙ୍କୁ ବୃଦ୍ଧାବସ୍ଥାରେ ସୁରକ୍ଷା ପ୍ରଦାନ କରିବା ପାଇଁ ଏହାର ଆରମ୍ଭ କରାଯାଇଛି ।

୭- ଭାରତରେ ସୁନା କିଣିବା ସର୍ବଦା ଏକା ଭଲ ବିକଳ୍ପ ରହି ଆସିଛି । ବଜାରରେ ଦରରେ ଉପର ତଳ ହେଉଥିଲେ ହେଁ ଯଦି ଆପଣ ନିୟମିତ ଭାବେ ନିବେଶ କରନ୍ତି, ତେବେ ଆପଣ ଏହାର ପ୍ରଫିଟ୍ ପାଇପାରିବେ । ଏହାଛଡ଼ା ସରକାରଙ୍କ ବିଭିନ୍ନ ଯୋଜନାରେ ମଧ୍ୟ ଆପଣ ସୁନା ନିବେଶ କରି ଲାଭ ପାଇପାରିବେ ।

୮- ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ହେଉଛି ସବୁଠାରୁ ସୁରକ୍ଷିତ ନିବେଶ । ଏଥିରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବା ସହ ଆପଣଙ୍କ ଅର୍ଥ ସେଫଟି ରହିଥାଏ । ଯଦି ଆପଣ ରିକ୍ସ ନେବାକୁ ଚାହାନ୍ତି ନାହିଁ, ତେବେ ଏଫଡି ହେଉଛି ଆପଣଙ୍କ ପାଇଁ ସର୍ବୋତ୍ତମ ଉପାୟ ।

୯- ଆପଣ ଭାରତ ସରକାରଙ୍କ ପୋଷ୍ଟ ଅଫିସ୍ ସେଭିଂ ସ୍କିମରେ ଏକ ଛୋଟ ସଞ୍ଚୟ ଯୋଜନା ଆରମ୍ଭ କରିପାରିବେ । ପୋଷ୍ଟାଲରେ ଆପଣ ସେଭିଂ ଆକାଉଣ୍ଟ, ଟାଇମ ଡିପୋଜିଟ୍, କିଷାନ ବିକାଶ ପତ୍ର, ଏନଏସସି ଆଦି ଅନେକ ପ୍ରକାର ସ୍କିମରେ ନିବେଶ କରିପାରିବେ ।

୧୦- ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବଣ୍ଡ ହେଉଛି ଏକ ଭଲ ସୁରକ୍ଷିତ ନିବେଶ ଅପ୍ସନ । ମାଚ୍ୟୁରିଟି ପରେ ଆରବିଆଇ ପକ୍ଷରୁ ନିବେଶ ଅର୍ଥ ସହିତ ସୁଧ ପ୍ରଦାନ କରାଯାଇଥାଏ ।

Get real time updates directly on you device, subscribe now.