fbpx

ଆମେରିକାରେ ତୁଷାର ଝଡ: ୧୮ ଜଣଙ୍କ ମୃତ୍ୟୁ, ୫୨୦୦ ବିମାନ ସେବା ରଦ୍ଧ

ନୂଆଦିଲ୍ଲୀ: ଆମେରିକାର ବୁଫାଲୋ ଅଞ୍ଚଳରେ ତୁଷାର ଝଡ ହୋଇଛି । ଫଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହିତ ବ୍ୟାପକ ଅଞ୍ଚଳରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଘରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଫଳରେ ସେଠାକାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତତ୍ ବ୍ୟତୀତ ଏହି ତୁଷାର ଝଡ କାରଣରୁ ପ୍ରାୟ ୫ ହଜାର ୨୦୦ ବିମାନ ସେବାକୁ ମଧ୍ୟ ରଦ୍ଧ କରାଯାଇଛି । ଫଳରେ ଅନେକ ଯାତ୍ରୀ ବିଭିନ୍ନ ସମସୟାର ସମ୍ମୁଖୀନ ହେଉଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଏହି ତୁଷାର ଝଡ କାରମରୁ ସେଠାକାର ତାପମାତ୍ରା ବର୍ତ୍ତମାନ -୪୫ ଡିଗ୍ରୀ ସେଲସିୟସ ରହିଛି । ସେହିପରି କାନାଡା ସୀମା ନିକଟରେ ଥିବା ହାୱରେ ରେ ଶୂନ୍ୟରୁ -୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଫଳରେ ସେଠାକାର ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ତୁଷାର ଝଡ କାରଣରୁ ବିମାନ ବ୍ୟତୀତ ରେଳ ଏବଂ ସଡକ ସେବା ମଧ୍ୟ ବ୍ୟାହତ ହୋଇଛି । ଅନ୍ୟପକ୍ଷେ ଏହି ଝଡ କାରଣରୁ ପ୍ରାୟ ୨୦ କୋଟି ଲୋକ ଅର୍ଥାତ୍ ଦେଶର ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ଲୋକ ଏହି ହାଡଭଙ୍ଗା ଶୀତର ସମ୍ମୁଖୀନ ହେଉଛନ୍ତି ।

ଏହି ତୁଷାର ଝଡ ଏତେ ଭୟଙ୍କର ଯେ ଏହାର ପ୍ରଭାବରେ ବର୍ଷ ଏବଂ ପବନ ଲାଗି ରହିଛି । ଫଳରେ ଅନେକ କ୍ଷୟକ୍ଷତି ହେଉଛି । ତେବେ ଆମେରିକାର ବୁଫାଲୋ ଏବଂ ନ୍ୟୁୟର୍କରେ ଜରୁରୀକାଳିନ ସେବା ମଧ୍ୟ ବନ୍ଦ ହୋଇଯାଇଛି । ଯେଉଁ କାରଣରୁ ସେଠାକାର ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ତୁଷାର ଝଡକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଲୋକଙ୍କୁ ପରାମର୍ଶ ଦେବା ସହ ଏହାକୁ ଗମ୍ଭିରତାର ସହ ନେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଏହି ତୁଷାର ଝଡ କାରଣରୁ ଅନେକ ଲୋକଙ୍କ ଜୀବନ ବାଧାପ୍ରାପ୍ତ ହେଉଛି । ଏଥିସହିତ ୧୮ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ତେଣୁ ଏହି ସମୟରେ କେହି ବି ଘରୁ ପଦାକୁ ବାହାରନ୍ତୁ ନାହିଁ । ଏଥିସହିତ ବାହାରେ ସଂକ୍ରମଣର ଆଶଙ୍କା ମଧ୍ୟ ରହୁଛି । ତେଣୁ ନିରାପତ୍ତା ଦୃଷ୍ଟିରୁ ପଦାକୁ ବାହାରନ୍ତୁ ନାହିଁ ବୋଲି ଜୋ ବାଇଡେନ୍ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.