ନୂଆଦିଲ୍ଲୀ: ଆଜିକାଲି ବିବାହ ଋତୁ ଚାଲିଥିବା ବେଳେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାହାଘରରେ ଏପରି ଅନେକ ଉତ୍ସବ ହୋଇଥାଏ, ଯାହାକି ସରପ୍ରାଇଜ୍ କରିଥାଏ ନହେଲେ ଆଶ୍ଚର୍ଯ୍ୟ କରିଦିଏ । କେଉଁଠି ଜୟମାଳା ସମୟରେ ବର-କନ୍ୟାଙ୍କ ମସ୍ତି ଭିଡିଓ ତ ଆଉ କେଉଁଠାରେ ନୂଆ ଭାଉଜ-ଦିଅରଙ୍କ ଡ୍ୟାନ୍ସ ଭାଇରାଲ ହେଉଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକି ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି । ବାହାଘର ପରେ ଯେବେ କନ୍ୟା ନିଜ ଶାଶୁଘରକୁ ଗଲେ, ସେବେ ତାଙ୍କୁ ବଡ଼ ସରପ୍ରାଇଜ୍ ମିଳିଥିଲା ।
ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରୁଥିବେ କି, ବାହାଘର ପରେ ବର ନିଜ କନ୍ୟାକୁ ନେଇ ଘରକୁ ଆସିଛି । ବରର ଘରଲୋକ କନ୍ୟାକୁ ସରପ୍ରାଇଜ୍ ଦେବାକୁ ଚାହୁଁଥିଲେ । ବାହାଘର ପରେ ସୁହାଗରାତି ପାଇଁ ତାଙ୍କ ରୁମକୁ ଭଲ ଭାବରେ ସଜାଯାଇଥିଲା । କନ୍ୟାକୁ ନେଇ ଯେତେବେଳେ ବର ରୁମକୁ ଆସିଲା, ସେବେ ଏସବୁ ଦେଖି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ । ସବୁଠାରୁ ମଜାଦାର ବିଷୟ ହେଉଛି କି, ସୁହାଗରାତି ଦିନ ବିଳମ୍ବିତ ରାତିରେ ଅଚାନକ୍ ପରିବାରର ସମସ୍ତ ସଦସ୍ୟ ସେଠାରେ ପହଞ୍ଚିଯାଇଥିଲେ ।
ପରିବାର ସଦସ୍ୟମାନେ ବେଡରେ ବସିଥିବା କନ୍ୟା ଆଗରେ ଡ୍ୟାନ୍ସ କରିବାକୁ ଲାଗିଥିଲେ । ପରିବାର ସଦସ୍ୟଙ୍କ ଡ୍ୟାନ୍ସ ଦେଖି କନ୍ୟା ତାଳି ମାରୁଥିବା ବେଳେ ବରର ମୁହଁ ଦେଖି ଲାଗୁଛି କି, ସେ ବହୁତ ଥକ୍କି ଯାଇଛି ଓ ବିଶ୍ରାମ କରିବାକୁ ଚାହୁଁଛି । କିଛି ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ…
View this post on Instagram