fbpx

ଚେତାବନୀ ଦେଲା କମିସନରେଟ ପୋଲିସ, ଜେବ୍ରା କ୍ରସିଂ ପାର୍ କଲେ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା

ଭୁବନେଶ୍ୱର: ହକି ବିଶ୍ୱକପ ପାଖେଇ ଆସୁଥିବା ବେଳେ ଭୁବନେଶ୍ୱର ସହରକୁ ସଜେଇବାରେ ଲାଗିଛନ୍ତି ସରକାର। ସେହିପରି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଗୁରୁତ୍ୱ ଦେବା ସହିତ ଟ୍ରାଫିକ ନିୟମକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ବିଭିନ୍ନ ପ୍ରମୁଖ ଛକରେ ନିୟମ ଉଲଂଘନ କରୁଥିବା ଆମାନିଆଙ୍କୁ ଅଟାକାଇ ଜୋରିମାନା ଲଗାଉଥିବା ବେଳେ ରାସ୍ତାକଡ଼ରେ ପାର୍କିଙ୍ଗ ହେଉଥିବା କାର୍ ମାନଙ୍କୁ ଉଠାଇ ମଧ୍ୟ ନେଉଛି। ପ୍ରତିଦିନ ଏଭଳି ଅଭିଯାନ ଚଳାଇ ହଜାର ହଜାର ଟଙ୍କା ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ ଲୋକେ ଟ୍ରାଫିକ ନିୟମକୁ ପାଳନ କରୁ ନାହାନ୍ତି। ତେବେ ଏହାକୁ ନେଇ ବିଭଗ ପକ୍ଷରୁ ସତର୍କ ମଧ୍ୟ କରାଯାଇଛି। ଗାଡି ନେଇ ବାହାରକୁ ଯିବା ସମୟରେ ହେଲମେଟ ପିନ୍ଧିବା ଠାରୁ ଆରମ୍ଭ କରି ଟ୍ରଫିକରେ ଠିଆ ହେବା ସମୟରେ ମଧ୍ୟ ନିୟମ ମାନିବାକୁ ଅପିଲ୍ କରାଯାଇଛି। ଛକଛକ ମାନଙ୍କରେ ଟ୍ରାଫିକ ପୋଲିସ ମାନେ ମଧ୍ୟ ଗାଡ଼ି ଚାଳକଙ୍କୁ ସତର୍କ କରାଉଛନ୍ତି।

ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ଏନେଇ ସଚେତନ କରାଯାଇଛି। ବିଶେଷ କରି ଟ୍ରାଫିକ ଥିବା ସ୍ଥାନରେ ରହିବ ସମୟରେ ନିୟମ ମାନିବ ସହିତ ଦାୟିତ୍ୱବାନ ହୋଇ ଜେବ୍ରା କ୍ରସିଂ ପୂର୍ବରୁ ଠିଆ ହେବାକୁ ଏକ ଟ୍ୱିଟର ପୋଷ୍ଟରେ କୁହାଯାଇଛି। ପୋଷ୍ଟ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ଟ୍ରାଫିକ ପୋଲିସ ଜେବ୍ରା କ୍ରସିଂ ପାର କରିଥିବା ଗାଡିକୁ ତାଗିଦ କରିବା ସହିତ ପଛକୁ ଫେରିବାକୁ କହୁଛନ୍ତି। ରାଜଧାନୀ ଭୁବନେଶ୍ୱରେ କମିସନରେଟ ପୋଲିସ ପକ୍ଷରୁ ସହରର ପ୍ରାୟ ସମସ୍ତ ଅଂଚଳରେ ଟ୍ରାଫିକ ବ୍ୟବସ୍ଥା ରହିଛି। ଏହା ସହିତ ଗାଡିର ଗତିକୁ ଯାଞ୍ଚ କରିବା, ହେଲମେଟ ପିନ୍ଧୁନଥିବା ଏବଂ ଭୁଲ ପାର୍ଶ୍ୱରେ ଯାଉଥିବା ଆମାନିଆଙ୍କ ପାଇଁ ହଜାର ହଜାର କ୍ୟାମେରା ମଧ୍ୟ ଲଗାଯାଇଛି।

ଏହା ସତ୍ୱେ ଅନେକ ସମୟରେ ଦେଖିବାକୁ ମିଳେ ଯେ, ବିଭିନ୍ନ ସ୍ଥାନରେ ଲୋକମାନେ ଏହି ନିୟମକୁ ମାନି ନଥାନ୍ତି। ଜେବ୍ରା କ୍ରସିଂ ଆଗରେ ଯାଇ ଠିଆ ହେବ ସହିତ ବିପରୀତ ମାର୍ଗରେ ମଧ୍ୟ ଯାଇଥାନ୍ତି। ତେଣୁ ଟ୍ରାଫିକ ନିୟମ କିପରି କଡ଼ାକଡ଼ି କାର୍ଯ୍ୟକାରୀ ହେବ ସେଥିପାଇଁ କମିସନରେଟ ପୋଲିସ ଚଢ଼ାଉ ଜୋରଦାର କରିବା ସହ ନିୟମ ମାନିବାକୁ ଲୋକଙ୍କୁ ସତର୍କ ମଧ୍ୟ କରୁଛି।

Get real time updates directly on you device, subscribe now.