fbpx

କଥାବାର୍ତ୍ତା କରିବାକୁ ମନା କରିବାରୁ ସ୍କ୍ରୁ ଡ୍ରାଇଭରରେ ୫୧ ଥର ଭୁସି ପ୍ରେମିକାକୁ ହତ୍ୟା କଲା ଯୁବକ

ନୂଆଦିଲ୍ଲୀ: ପ୍ରେମରେ ଜାତି, ବର୍ଣ୍ଣ ଏବଂ ଧର୍ମ କିଛି ବି ନଥାଏ । ଲୋକମାନେ ନିଜ ପ୍ରେମ ପାଇଁ କିଛି ବି କରି ପାରନ୍ତି । କିନ୍ତୁ ବର୍ତ୍ତମାନର ପ୍ରେମରେ କେବଳ ହତ୍ୟା ଭଳି ମାମଲା ସାମ୍ନାକୁ ଆସୁଛି । ନିକଟରେ ହୋଇଥିବା ଶ୍ରଦ୍ଧା ହତ୍ୟାକାଣ୍ଡର ଚର୍ଚ୍ଚା ବର୍ତ୍ତମାନ ମଧ୍ୟ ଜାରି ରହିଛି । ତେବେ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା ଥମି ନଥିବା ବେଳେ ଏଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି ।

ଛତିଶଗଡର କୋରବା ଜିଲ୍ଲାରେ ଜଣେ ବ୍ୟକ୍ତି ଜଣେ ୨୦ ବର୍ଷିୟା ଝିଅକୁ ସ୍କ୍ରୁ ଡ୍ରାଇଭର ସାହାଯ୍ୟରେ ୫୧ ଥର ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସିଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ ବିଶ୍ୱଦୀପକ୍ ତ୍ରିପାଠୀ କହିଛନ୍ତି ଯେ ଏହି ଘଟଣା ଡିସେମ୍ବର ୨୪ ରେ ଦକ୍ଷିଣ ପୂର୍ବାଞ୍ଚଳ କୋଲଫିଲ୍ଡସ୍ ଲିମିଟେଡର ପମ୍ପ ହାଉସ୍ କଲୋନୀରେ ଘଟିଛି । ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ସେଠାରେ ପହଞ୍ଚିବା ପରେ ପୀଡିତା ଘରେ ଏକୁଟିଆ ଥିଲେ । ଝିଅର ଚିତ୍କାରକୁ ବନ୍ଦ କରିବା ପାଇଁ ତକିଆରେ ପାଟି ଘୋଡାଇ ଏକ ସ୍କ୍ରୁ ଡ୍ରାଇଭର ସାହାଯ୍ୟରେ ତାଙ୍କୁ ୫୧ ଥର ଭୁସି ଦେଇଥିଲା । ପୀଡିତାଙ୍କ ଭାଇ ଘରେ ପହଞ୍ଚିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିଜ ଭଉଣୀକୁ ଦେଖିବାକୁ ପାଇଥିଲେ ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯଶପୁର ଜିଲ୍ଲାର ବାସିନ୍ଦା ଅଭିଯୁକ୍ତ ତିନି ବର୍ଷ ପୂର୍ବେ ଏକ ଯାତ୍ରୀବାହୀ ବସ୍ରେ କଣ୍ଡକ୍ଟର ଭାବରେ କାମ କରୁଥିଲେ । ଏହି ମସୟରେ ଝିଅ ଜଣକ ଏଥିରେ ଯାତ୍ରା କରୁଥିଲେ । ଏହା ପରେ ଅଭିଯୁକ୍ତ କୌଣସି କାମ ପାଇଁ ଅହମ୍ମଦାବାଦ ଯାଇ ଉଭୟ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ । ପରେ ଯେତେବେଳେ ମହିଳା ଜଣକ ତାଙ୍କ ସହ ଫୋନରେ କଥା ହେବା ବନ୍ଦ କରିଥିଲେ, ଅଭିଯୁକ୍ତ ଜଣକ ଝିଅର ବାପା ମା’କୁ ଧମକ ଦେଇଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ନିଖୋଜ ଅଭିଯୁକ୍ତକୁ ଖୋଜା ଚାଲିଛି ।

Get real time updates directly on you device, subscribe now.