fbpx

ଆଜି ବିନା ଟିକଟରେ ବୁଲି ପାରିବେ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର: ଆଜି ଓଡିଶାର ରାଜ୍ୟ ସଂଗ୍ରହାଳୟ କୁ ୯୦ ବର୍ଷ ପୁରିଛି । ତେବେ ୯୦ ବର୍ଷରେ ପାଦ ଥାପିବା ଅବସରରେ ଆଜି ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ମାଗଣା ପ୍ରବେଶ ରହିଛି । ଆଜି ବିନା ଶୁଳ୍କରେ ପର୍ଯ୍ୟଟକ ମାନେ ସଂଗ୍ରହାଳୟ ବୁଲି ଦେଖି ପାରିବେ । କେବଳ ଏତିକି ନୁହେଁ ଆଜି ସଂଗ୍ରହାଳୟ ପରିଷରରେ ଏକ ବରିଷ୍ଠ ବିଶ୍ରାମଗାରର ମଧ୍ୟ ଉଦଘାଟନ କରାଯିବ । ଯାହା ଦ୍ୱାରା ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ମାନେ ଏଠାରେ ଘଣ୍ଟା ଘଣ୍ଟା ବସି ପାରିବେ । ସୂଚନାମୁତାବକ ୩୦୦ ରୁ ଅଧିକ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏହି ସୁବିଧା କରାଯାଉଛି ।

ଏହା ସହିତ ଟେଲିଭିଜନ ଆଉ ଖବରକାଗଜ ମଧ୍ୟ ଯୋଗେଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଇଂରାଜୀ ଭାଷାରେ ପାଇକବିଦ୍ରୋହ କାହାଣୀ ମଧ୍ୟ ଶୁଣିବାର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ କେବଳ ଓଡିଶା ଭାଷାରେ ଏହା ସୁବିଧା ରହିଥିଲା କିନ୍ତୁ ବହୁ ଆଦେବନକ୍ରମେ ଇଂରାଜୀ ଭାଷାରେ ମଧ୍ୟ ଏହାକୁ ଏବେ ରୂପାନ୍ତର କରାଯାଇଛି । ଏହା ସହିତ ଅନେକ ଲୋକ ନାଟକ ମଧ୍ୟ ପ୍ରସ୍ତୁତ କରାଯାଇଛି । ଆଜି ଅପରାହ୍ନ ୩ଟା ୩୦ ରେ ଏହି ନାଟକ ଆରମ୍ଭ ହେବ । ଏହାବାଦ ଜାତୀୟ ଚିତ୍ରକଳା ମଧ୍ୟ ପ୍ରଦର୍ଶନ କରାଯିବ ।

Get real time updates directly on you device, subscribe now.