Reliance Jioର ସବୁଠାରୁ ଶସ୍ତା ବାର୍ଷିକ ପ୍ଲାନ୍: ୮୯୯ ଟଙ୍କାରେ ମିଳିବ ୩୩୬ ଦିନର ଭାଲିଟିଡି, ଅନଲିମିଡେଟ କଲ୍ ଓ SMS
ନୂଆଦିଲ୍ଲୀ: ଆମେ ସମସ୍ତେ ପ୍ରାୟତଃ ଏପରି ଏକ ପ୍ରିପେଡ୍ ପ୍ଲାନ୍ ଚାହୁଁ, ଯେଉଁଥିରେ ଆମେ ବର୍ଷକୁ ଥରେ ରିଚାର୍ଜ କରିବାକୁ ପଡ଼ୁ ଓ ବର୍ଷସାରା ବୈଧତା ରହୁ । ଏପରି ପ୍ଲାନ୍, ଯାହା ସବୁଠାରୁ ଶସ୍ତା ହୋଇଥିବ । ଦେଖିବାକୁ ଗଲେ ସେହି ପ୍ଲାନଗୁଡ଼ିକ ସେହି ଗ୍ରାହକମାନଙ୍କ ପାଇଁ ଠିକ୍, ଯେଉଁମାନେ ରିଚାର୍ଜ କରିବାକୁ ଭୁଲିଯାଆନ୍ତି ଓ ଶେଷରେ ଚିନ୍ତାରେ ପଡ଼ନ୍ତି । ତେବେ ଆସନ୍ତୁ ଜାଣିବା ସେହିପରି ଏକ ପ୍ଲାନ୍ ବିଷୟରେ, ଯେଉଁଥିରେ ଆପଣ ଥରେ ରିଚାର୍ଜ କରି ଆପଣଙ୍କ ସିମକୁ ବର୍ଷେ ପାଇଁ ସକ୍ରିୟ ରଖିପାରିବେ । ଏଠାରେ ଆପଣଙ୍କୁ ରିଲାଏନ୍ସ ଜିଓର ୮୯୯ ଟଙ୍କା ପ୍ଲାନ୍ ବିଷୟରେ କୁହାଯାଉଛି, ଯେଉଁଥିରେ ଆପଣ ଥରେ ରିଚାର୍ଜ କରି ବର୍ଷସାରା ଛୁଟି ପାଇଯିବେ । ଜିଓର ୮୯୯ ଟଙ୍କିଆ ପ୍ଲାନ୍ ଟେଲିକମ୍ କମ୍ପାନୀ ଜିଓ ଏହାର ଜିଓଫୋନ୍ ବ୍ୟବହାରକାରୀଙ୍କ ପାଇଁ ଶସ୍ତା ବାର୍ଷିକ ଯୋଜନା ପ୍ରଦାନ କରୁଛି ।
୮୯୯ ଟଙ୍କା ପ୍ଲାନରେ ୩୩୬ ଦିନର ଭାଲିଡିଟି ମିଳୁଛି । ଏହି ଯୋଜନାର ମୂଲ୍ୟ ମାତ୍ର ୮୯୯ ଟଙ୍କା ରହିଛି । ଉପଭୋକ୍ତାମାନେ ପ୍ରତି ୨୮ ଦିନ ପାଇଁ ୨ ଜିବି ଡାଟା ପାଆନ୍ତି । ମୋଟ ଉପରେ ଆପଣ ୨୪ ଜିବି ଡାଟା ପାଇବେ । ଆହୁରି ମଧ୍ୟ ଡାଟା ଶେଷ ହେବା ପରେ ଡାଟାର ସ୍ପିଡ ୬୪ Kbpsକୁ ଆସିଥାଏ । ଏହି ପ୍ଲାନର ଦୈନିକ ମୂଲ୍ୟ ବାବଦରେ ଆପଣଙ୍କର ୨.୭୦ ଟଙ୍କା ଖର୍ଚ୍ଚ ହେବ । ଏହା ସହିତ ଆପଣ ଏହି ସୁବିଧା ସହ ପ୍ରତିଦିନ ୫୦ ଟି SMS ମାଗଣା ଦିଆଯାଉଛି ।
ଯେକୌଣସି ନେଟୱାର୍କରେ କଲ୍ କରିବାକୁ ଆପଣ ଅନଲିମିଟ୍ କଲିଂ ସେବା ପାଇବେ । ଏହା ବ୍ୟତୀତ ଜିଓ ନିଜର କିଛି ଖାସ୍ ସୁବିଧା ଯେପରିକି JioTV, JioCinema, JioSecurity ଓ JioCloudର ସୁବିଧା ଦେବ । ଯଦି ଆପଣ ଜିଓ ଫୋନ୍ ବ୍ୟବହାରକାରୀ ନୁହଁନ୍ତି, ତେବେ ଆପଣ ବାର୍ଷିକ ପ୍ଲାନ୍ ପାଇଁ ସବୁଠାରୁ ଶସ୍ତା ପ୍ଲାନ୍ ୨୫୪୫ ଟଙ୍କା ରିଚାର୍ଜ କରିପାରିବେ, ଯେଉଁଥିରେ ୩୩୬ ଦିନର ବୈଧତା ରହିଛି ।