fbpx

ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ବିପଦ ଆଣିପାରେ ତାଲାବନ୍ଦ କଟକଣା ଉଲ୍ଲଙ୍ଘନ

ନୂଆଦିଲ୍ଲୀ, ୧୭ା୪: କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ କୃଷି କାର୍ଯ୍ୟ ଉପରେ କଟକଣା କୋହଳ କରାଯାଇଛି । ପିଏମ ଫସଲ ଯୋଜନାରେ କୃଷକଙ୍କୁ ଆର୍ଥିକ ସହାୟତା ଦିଆଯିବ । କିନ୍ତୁ ଲାଗୁ କରାଯାଇଥିବା ତାଲାବନ୍ଦ କଟକଣା କୌଣସି ସ୍ଥିତିରେ ବି ଉଲ୍ଲଙ୍ଘନ କରାଯିବନି । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର କଡ଼ାକଡ଼ି ଭାବେ ତାଲାବନ୍ଦ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଜିଲ୍ଲାରେ ତାଲାବନ୍ଦ କଟକଣା ଉଲ୍ଲଙ୍ଘନ ଖବର ନଜରକୁ ଆସିଛି । ଏହା ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ବିପଦ ଆଣିପାରେ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ଚିକିତ୍ସା ପରେ ୨୫୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୬୫ରେ ପହଞ୍ଚିଛି । ୨୪ଘଣ୍ଟାରେ ୩୬ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଜି-୨୦ଦେଶ ସହ ମିଶି କରୋନା ଭ୍ୟାକସିନି ଉପରେ କାମ କରିବୁ । ଏହାସହ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଜମା ହୁଅନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି । ତାଲାବନ୍ଦ ପୂର୍ବରୁ ୩.୫ ଦିନରେ ସଂକ୍ରମଣ ଡବଲ ହୋଇଥିଲା । ଏବେ କିନ୍ତୁ ତାଲାବନ୍ଦ ପରେ ୭.୫ ଦିନରେ ସଂକ୍ରମଣ ଉବଲ ହେଉଛି । ୧୯ଏପ୍ରିଲ ଯାଏଁ ୧୮ରାଜ୍ୟରେ ସଂକ୍ରମଣ ହାର କମ୍ ଅଛି । ୧୦୦ଆକ୍ରାନ୍ତଙ୍କ ଭିତରୁ ୮୦ଜଣଙ୍କ ପାଖରେ କୌଣସି ଲକ୍ଷଣ ନଥାଏ ବୋଲି ଅଗ୍ରୱାଲ କହିଛନ୍ତି ।

Get real time updates directly on you device, subscribe now.