ବିଶ୍ୱକପ୍ ହକି ୨୦୨୩: ଭୁବନେଶ୍ୱରରେ ପହଞ୍ଚିଲା ବେଲଜିୟମ୍ ଟିମ୍

ଭୁବନେଶ୍ୱର: ଚଳିତ ଥର ବିଶ୍ୱକପ୍ ହକି ଓଡିଶାରେ ହେବାକୁ ଯାଉଛି । ଫଳରେ ଏନେଇ ଚଳଚଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ସହର । ବିଭିନ୍ନ ଦେଶର ଖେଳାଳୀମାନେ ଓଡିଶାରେ ପହଞ୍ଚୁଥିବା ବେଳେ ଆଜି ବେଲିଜମ୍ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତେବେ ତୃତୀୟ ବିଦେଶୀ ଦଳ ଭାବରେ ଏହି ଦଳ ଆଜି ଓଡିଶାରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ଅନ୍ୟ ଦୁଇଟି ବିଦେଶି ହକି ଟିମ୍ ଚିଲି ଏବଂ ନେଦରଲାଣ୍ଡ ଓଡିଶାରେ ପହଞ୍ଚି ଥିବା ଜଣାପଡିଛି । ତେବେ ବେଲଜିୟମ୍ ଟିମ୍ ୨୦୧୮ ମସିହାରେ ହୋଇତିବା ବିଶ୍ୱକପ୍ ହକିରେ ଚମ୍ପିୟନ ହୋଇଥିଲା ।

ତେବେ ବିଶ୍ୱ ହକିକପ୍ ୨୦୨୩ ଓଡିଶାର ରାଉଲକେଲା ଏବଂ ଭୁବନେଶ୍ୱରରେ ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଯାହାକୁ ନେଇ ଚଳଞ୍ଚଳ ହୋଇଛି ରାଜଧାନୀ ଭୁବନେଶ୍ୱର ଏବଂ ଷ୍ଟିଲ ସିଟି ରାଉଲକେଲା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‍ ଖେଳାଯିବ । ଏହି ହକି ବିଶ୍ୱକମ୍ପରୁ ନେଇ ଖେଳ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଉତ୍ସାହିତ ଥିବା ଜଣା ପଡିଛି ।