fbpx

ଟେନିସ ଷ୍ଟାର ସାନିଆ ମିର୍ଜା ନେବେ ଅବସର, ଦୁବାଇ ଚାମ୍ପିଅନସିପ୍ କ୍ରୀଡ଼ା ହୋଇପାରେ ତାଙ୍କର ଶେଷ କ୍ରୀଡ଼ା

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ଜୀବନରେ କିଛିଦିନ ହେଲାଣି ଅଶୁବିଧାକୁ ସାମ୍ନା କରୁଛନ୍ତି । ସେ ପାକିସ୍ତାନ କ୍ରିକେଟର ଶୋଏବ୍ ଅଲ୍ଲିଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସେମାନଙ୍କ ମଧ୍ୟରେ ପାରିବାରିକ ବୁଝାମଣା ଠିକ ନାହିଁ । ଏହାରି ମଧ୍ୟରେ ସାନିଆ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସାନିଆ ଖୁବ ଶୀଘ୍ର ନିଜର ପ୍ରଫେସନଲ ଟେନିସରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି ।

ସୂଚନା ଅନୁଯାୟୀ, ସାନିଆ ଶେଷ ମ୍ୟାଚ ଦୁବାଇ ଚାମ୍ପିଅନସିପରେ ଖେଳିବେ । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ୧୯ ଫେବୃୟାରୀରେ ହେବ । ସାନିଆ wtatennis dot com ରେ କଥା ହେଉଥିବା ସମୟରେ କହିଛନ୍ତି ‘ମୁଁ ପୂର୍ବ ବର୍ଷ ଅବସର ନେବି ବୋଲି ପ୍ଲାନ କରିଥିଲି । ହେଲେ ଡ଼ାହଣ କହୁଣୀ ଆଘାତ ହେବା କାରଣରୁ ୟୁଏସ ଓପନ ଏବଂ ବାକି ଟୁର୍ଣ୍ଣାମେଣ୍ଟରେ ନାମ ଫେରେଇବାକୁ ପଡ଼ିଥିଲା ।’

ପୁଣି ସାନିଆ କହିଛନ୍ତି ଯେ, ମୁଁ ଜଣେ ବ୍ୟକ୍ତି ଯିଏ ନିଜ ସର୍ତ୍ତରେ ବଞ୍ଚିବାକୁ ପସନ୍ଦ କରିଥାଏ । ଏହି ଆଘାତ କରାଣରୁ ବାହାରକୁ ଯିବାକୁ ଚାହୁଁନଥିଲି ଏବଂ ବର୍ତ୍ତମାନ ମୁଁ ଟ୍ରେନିଂ ନେଉଛି । ଦୁବାଇ ଟେନିସ୍ ଚାମ୍ପିଅନସିପ ପରେ ମୁଁ ଅବସର ନେବା ପାଇଁ ଯୋଜନା ପ୍ରସ୍ତୁତ କରୁଛି ।

Get real time updates directly on you device, subscribe now.